BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ଗତ ୧୦ ବର୍ଷରେ ଭାରତରେ ବିଜନେସ କରିବା ହେଲା ମୁସ୍କିଲ - କଂଗ୍ରେସ

FMNEWS.IN 19-01-2025
Doing business in India has become difficult in the last 10 years: Congress

ନୂଆଦିଲ୍ଲୀ, ୧୯ ଜାନୁଆରୀ- କଂଗ୍ରେସ ଅଭିଯୋଗ ଆଣିଛି ଯେ, ଗତ ୧୦ ବର୍ଷରେ ଭାରତରେ ଇଜ ଅଫ ଡୁଇଙ୍ଗ ବିଜନେସ୍ ତଥା ବ୍ୟବସାୟ କରିବାରେ ସହଜକୁ ଅନଇଜ ଅଫ ଡୁଇଙ୍ଗ ବିଜନେସ୍ ତଥା ବ୍ୟବସାୟ କରିବାରେ ଅସୁବିଧାରେ ବଦଳାଇ ଦିଆଯାଇଛି । ଏହାର ତିନୋଟି କାରଣ ଦର୍ଶାଇବା ସହିତ କଂଗ୍ରେସ କହିଛି ଯେ, ଆଗାମୀ ବଜେଟ୍ ରେ ରେଡ୍ ରାଜ ଏବଂ କର ଆତଙ୍କ ଶେଷ କରିବାକୁ ଦାବି କରିଛି ।

ରବିବାର କଂଗ୍ରେସ ମହାସଚିବ (ସଂଚାର) ଜୟରାମ ରମେଶ ଏକ ବକ୍ତବ୍ୟ ଜାରି କରି କହିଛନ୍ତି ଯେ, ସରକାରକୁ ଆଗାମୀ ବଜେଟ୍ ରେ ରେଡ ରାଜ ଏବଂ କର ଆତଙ୍କ ଶେଷ କରିବାକୁ ହେବ । ଉତ୍ପାଦନ କ୍ଷେତ୍ରରେ ଚାକିରୀ ଗୁଡିକର ରକ୍ଷା କରିବାକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହେବ । ଏବଂ ବେତନ ଏବଂ କ୍ରୟ ଶକ୍ତିକୁ ବଢାଇବାକୁ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ହେବ ।

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ, ଗତ ଦଶକରେ ଦେଶରେ ବ୍ୟକ୍ତିଗତ ନିବେଶରେ ହ୍ରାସ ଦେଖିବାକୁ ମିଳୁଛି । ନିବେଶର ସବୁଠୁ ବଡ ଭାଗ ବ୍ୟକ୍ତିଗତ ଘରୋଇ ବିନିଯୋଗ ୨୦୧୪ ପର ଠାରୁ ଲଗାତାର ଦୁର୍ବଳ ହେବାରେ ଲାଗିଛି । ଡଃ. ମନମୋହନ ସିଂହଙ୍କ କାର୍ଯ୍ୟକାଳ ସମୟରେ ଏହା ମଜବୁତ ଯୋଗୁଁ ସକଳ ଘରୋଇ ଉତ୍ପାଦ (ଜିଡ଼ିପି)ର ୨୫ରୁ ୩୦ ପ୍ରତିଶତ ମଧ୍ୟରେ ରହିଥିଲା । ଗତ ୧୦ ବର୍ଷରେ ଏହା ହ୍ରାସ ପାଇ ୨୦ରୁ ୨୫ ପ୍ରତିଶତକୁ ଖସି ଆସିଛି । ନିବେଶରେ ହ୍ରାସ ପାଇବା ସହିତ ଉଚ୍ଚ ନେଟ ବର୍ଥ ବାଲା ଲୋକଙ୍କ ବହୁ ମାତ୍ରାରେ ପଳାୟନ ମଧ୍ୟ ହୋଇଛି । ଗତ ଏକ ଦଶକରେ ୧୭.୫ ଲକ୍ଷରୁ ଅଧିକ ଭାରତୀୟ ଅନ୍ୟ ଦେଶର ନାଗରିକତ୍ୱ ନେଇଛନ୍ତି । ଏକ ଅନୁମାନ ମୁତାବକ ୨୦୨୨ରୁ ୨୦୨୫ ମଧ୍ୟରେ ୨୧, ୩୦୦ ଅରବପତି ଭାରତ ଛାଡିଛନ୍ତି ।