- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
6 ତାରିଖରେ ଡବଲ ଡେକର ବସର ଲୋକାର୍ପଣ
ଭୁବନେଶ୍ୱର, 2 ଜାନୁୟାରୀ: ଆସନ୍ତା 6 ତାରିଖରେ ଡବଲ ଡେକର ବସ୍ ହେବ ଲୋକାର୍ପଣ । ଏନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ରାସ୍ତା କାମ, ସଫେଇ ଓ ସାଜସଜ୍ଜା କାମ ନେଇଥିବା ଅଧିକାରୀ ଓ ଏହି ଦାୟିତ୍ବରେ ଥିବା ବିଭାଗୀୟ ସରକାରୀ ଅଧିକାରୀଙ୍କ ସହ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବିଭିନ୍ନ ସ୍ଥାନ ବୁଲି ଦେଖିଛନ୍ତି। ତୁରନ୍ତ ହମ୍ପସ,ଖାଲ ସ୍ଥାନ, ଅସଜଡା ଜାଗାକୁ ସଜାଡ଼ିବା ଉପରେ ବିଭାଗୀୟ ଯନ୍ତ୍ରୀଙ୍କୁ ଦେଲେ ନିର୍ଦ୍ଦେଶ। ସହରକୁ ସଫା ସହିତ ଏୟାରପୋର୍ଟରୁ ପ୍ରଦର୍ଶନୀ ପଡିଆ ସମେତ ନନ୍ଦନକାନନ ଏବଂ ରାଜଧାନୀର କିଛି ଅଞ୍ଚଳ ବୁଲିଲେ ବିଭାଗୀୟ ମନ୍ତ୍ରୀ । ପ୍ରବାସୀ ଖାଇବେ ପାରମ୍ପରିକ ଓଡ଼ିଆ ଖାଦ୍ୟ। ଦେଶୀ ଖାଦ୍ୟର ମଜା ନେବେ ପ୍ରବାସୀ। ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ସହ ହେବ ଫୁଡ୍ ଫେଷ୍ଟ ଭଳି ସିଟି ଆକ୍ତିଭେଶନ କାର୍ଯ୍ୟକ୍ରମ ହେବ । ନିଜର ପାରିପାର୍ଶ୍ଵକୁ ସଫା କରିବା ଲାଗି ରାଜଧାନୀରେ ଥିବା କର୍ପୋରେଟ ସମେତ ବିଭିନ୍ନ ଅଫିସ ଓ ବ୍ୟବସାୟୀଙ୍କ ଅନୁରୋଧ କଲେ ନଗର ଉନ୍ନୟନ ମନ୍ତ୍ରୀ। 5ଟି ଡବଲ ଡେକର ବସ ଆସି ପହଁଚିବା ପରେ 6ରୁ ଚାଲିବ ବସ ।