Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ନେପାଳରୁ ବିଦେଶକୁ ବିମାନ ଯାତ୍ରା ମହଙ୍ଗା,ସ୍ଥାନୀୟ ପର୍ଯ୍ୟଟକ ଏବଂ ଶ୍ରମିକଙ୍କ ଭାରତୀୟ ବିମାନବନ୍ଦରରେ ଭିଡ
FMNEWS.IN
05-01-2025
କାଠମାଣ୍ଡୁ 5 ଜାନୁଆରୀ-ନେପାଳରେ ଆନ୍ତର୍ଜାତୀୟ ବିମାନ ଭଡା ଅତ୍ୟଧିକ ଅଧିକ ହେବା ଯୋଗୁଁ ପର୍ଯ୍ୟଟକ ଏବଂ ଶ୍ରମିକ ଭାବରେ ତୃତୀୟ ଦେଶକୁ ଯାଉଥିବା ନେପାଳୀ ନାଗରିକ ଆଜିକାଲି ଭାରତର ବିଭିନ୍ନ ବିମାନବନ୍ଦର ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।ନେପାଳରୁ ତୃତୀୟ ଦେଶକୁ ପର୍ଯ୍ୟଟକଙ୍କୁ ପଠାଉଥିବା ବିଭିନ୍ନ ଟ୍ରାଭେଲ ଏଜେନ୍ସି ଏବଂ ଶ୍ରମିକ ପଠାଉଥିବା ମ୍ୟାନପାୱାର କମ୍ପାନୀ ସେମାନଙ୍କ ଗ୍ରାହକମାନଙ୍କୁ ପ୍ରଥମେ ଭାରତ ଏବଂ ପୁଣି ସେଠାରୁ ବିମାନ ମାର୍ଗ ଦେଇ ଗନ୍ତବ୍ୟସ୍ଥଳକୁ ପହଁଞ୍ଚାଉଛି।କାଠମାଣ୍ଡୁ -ୟୁଏଇ ଏକପାଖିଆ ବିମାନ ଭଡା ବର୍ତ୍ତମାନ ନେପାଳୀ ମୁଦ୍ରାରେ 55 ହଜାରରୁ 75 ହଜାର ଟଙ୍କା ମଧ୍ୟରେ ରହିଛି।ନେପାଳୀ ସୀମାର ନିକଟବର୍ତ୍ତୀ ପଶ୍ଚିମବଙ୍ଗର ବାଗଡୋଗରା ବିମାନସ୍ଥଳରୁ ୟୁଏଇ ପର୍ଯ୍ୟନ୍ତ ଭଡା ନେପାଳୀ ମୁଦ୍ରାରେ ମାତ୍ର 35ରୁ 40 ହଜାର ଟଙ୍କା ମଧ୍ୟରେ ରହିଛି।ଅର୍ଥାତ୍ କାଠମାଣ୍ଡୁ-ୟୁଏଇ ତୁଳନାରେ ବାଗଡୋଗରା-ୟୁଏଇର ବିମାନ ମୁଲ୍ୟ ପ୍ରାୟ 20ରୁ 35 ହଜାର ଟଙ୍କା ଶସ୍ତା ଅଟେ।