- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବଜାରରେ ସୁନା ମୁଲ୍ୟ ବୃଦ୍ଧି ପାଇବାରେ ଲାଗିଛି, 80 ହଜାର ଅତିକ୍ରମ କଲା 22 କ୍ୟାରେଟ ସୁନା
ନୂଆଦିଲ୍ଲୀ, 12 ଫେବୃଆରୀ -ଘରୋଇ ବଜାରରେ ସୁନାମୂଲ୍ୟ ରେକର୍ଡ ସ୍ତରରେ ପହଁଞ୍ଚିଛି। ବଜାରରେ ବୃଦ୍ଧି ହେତୁ 22 କ୍ୟାରେଟ ସୁନା ଆଜି ପ୍ରଥମ ଥର 80 ହଜାର ଟଙ୍କା ପ୍ରତି 10 ଗ୍ରାମ ସ୍ତରରେ ଅତିକ୍ରମ କରିଛି। ଆଜିର ବୃଦ୍ଧି ହେତୁ ଦେଶର ଅଧିକାମଶ ବଜାରରେ 24 କ୍ୟାରେଟ ସୁନା 87,390 ଟଙ୍କାରୁନେଇ 87,540 ଟଙ୍କା ପ୍ରତି 10 ଗ୍ରାମ ପିଛା କାରବାର କରାଯାଉଛି।ସେହିଭଳି 22 କ୍ୟାରେଟ ସୁନା ମଧ୍ୟ 80,110 ଟଙ୍କାରୁ ନେଇ 80,260 ଟଙ୍କା ପ୍ରତି ଗ୍ରାମରେ ରହିଛି।ଚାନ୍ଦି ମୁଲ୍ୟରେ ଆଜି କୌଣସି ପରିବର୍ତ୍ତନ ହୋଇନଥିବାରୁ ଦିଲ୍ଲୀ ସରାଫା ବଜାରରେ ଏହାର ମୁଲ୍ୟ ଆଜି ମଧ୍ୟ 99,400 ଟଙ୍କା ପ୍ରତି କିଲୋଗ୍ରାମ ସ୍ତରରେ ରହିଛି।ଦେଶର ରାଜଧାନୀ ଦିଲ୍ଲୀରେ 24 କ୍ୟାରେଟ ସୁନା ଆଜି 87,540 ଟଙ୍କା ପ୍ରତି 10 ଗ୍ରାମ ସ୍ତରରେ କାରବାର କରାଯାଉଥିବାବେଳେ 22 କ୍ୟାରେଟ ସୁନାର ମୁଲ୍ୟ 80,260 ଟଙ୍କା ପ୍ରତି 10 ଗ୍ରାମ ରେକର୍ଡ କରାଯାଇଛି।ଏଥି ସହିତ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ 24 କ୍ୟାରେଟ ସୁନା 87,390 ଟଙ୍କା ପ୍ରତି 10 ଗ୍ରାମ ଏବଂ 22 କ୍ୟାରେଟ ସୁନା 80,110 ଟଙ୍କା ପ୍ରତି 10 ଗ୍ରାମ ସ୍ତରରେ ବିକ୍ରି ହେଉଛି।