- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ବଜାରରେ ସୁନା ମୁଲ୍ୟ ବୃଦ୍ଧି ପାଇବାରେ ଲାଗିଛି, 80 ହଜାର ଅତିକ୍ରମ କଲା 22 କ୍ୟାରେଟ ସୁନା
ନୂଆଦିଲ୍ଲୀ, 12 ଫେବୃଆରୀ -ଘରୋଇ ବଜାରରେ ସୁନାମୂଲ୍ୟ ରେକର୍ଡ ସ୍ତରରେ ପହଁଞ୍ଚିଛି। ବଜାରରେ ବୃଦ୍ଧି ହେତୁ 22 କ୍ୟାରେଟ ସୁନା ଆଜି ପ୍ରଥମ ଥର 80 ହଜାର ଟଙ୍କା ପ୍ରତି 10 ଗ୍ରାମ ସ୍ତରରେ ଅତିକ୍ରମ କରିଛି। ଆଜିର ବୃଦ୍ଧି ହେତୁ ଦେଶର ଅଧିକାମଶ ବଜାରରେ 24 କ୍ୟାରେଟ ସୁନା 87,390 ଟଙ୍କାରୁନେଇ 87,540 ଟଙ୍କା ପ୍ରତି 10 ଗ୍ରାମ ପିଛା କାରବାର କରାଯାଉଛି।ସେହିଭଳି 22 କ୍ୟାରେଟ ସୁନା ମଧ୍ୟ 80,110 ଟଙ୍କାରୁ ନେଇ 80,260 ଟଙ୍କା ପ୍ରତି ଗ୍ରାମରେ ରହିଛି।ଚାନ୍ଦି ମୁଲ୍ୟରେ ଆଜି କୌଣସି ପରିବର୍ତ୍ତନ ହୋଇନଥିବାରୁ ଦିଲ୍ଲୀ ସରାଫା ବଜାରରେ ଏହାର ମୁଲ୍ୟ ଆଜି ମଧ୍ୟ 99,400 ଟଙ୍କା ପ୍ରତି କିଲୋଗ୍ରାମ ସ୍ତରରେ ରହିଛି।ଦେଶର ରାଜଧାନୀ ଦିଲ୍ଲୀରେ 24 କ୍ୟାରେଟ ସୁନା ଆଜି 87,540 ଟଙ୍କା ପ୍ରତି 10 ଗ୍ରାମ ସ୍ତରରେ କାରବାର କରାଯାଉଥିବାବେଳେ 22 କ୍ୟାରେଟ ସୁନାର ମୁଲ୍ୟ 80,260 ଟଙ୍କା ପ୍ରତି 10 ଗ୍ରାମ ରେକର୍ଡ କରାଯାଇଛି।ଏଥି ସହିତ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ 24 କ୍ୟାରେଟ ସୁନା 87,390 ଟଙ୍କା ପ୍ରତି 10 ଗ୍ରାମ ଏବଂ 22 କ୍ୟାରେଟ ସୁନା 80,110 ଟଙ୍କା ପ୍ରତି 10 ଗ୍ରାମ ସ୍ତରରେ ବିକ୍ରି ହେଉଛି।