Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଅହମଦାବାଦ ବିମାନ ଦୁର୍ଘଟଣା ପରେ ସରକାର କଠୋର, ଡିଜିସିଏ ଜାରି କଲା ନୂଆ ଗାଇଡଲାଇନ
FMNEWS.IN
20-06-2025
ଅହମଦାବାଦ :- ଅହମଦାବାଦରେ ଏୟାର୍ ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏପରି ଘଟଣାକୁ ରୋକିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି। ଏହାଅନୁଯାୟୀ, କେନ୍ଦ୍ର ସରକାର ବିମାନବନ୍ଦର ଚାରିପାଖରେ ଉଚ୍ଚ ଅଟ୍ଟାଳିକା ବା ଅନ୍ୟାନ୍ୟ ଭିତ୍ତିଭୂମି କାରଣରୁ ହେଉଥିବା ଦୁର୍ଘଟଣାକୁ ରୋକିବା ଉଦ୍ଦେଶ୍ୟରେ ନୂଆ ଗାଇଡଲାଇନଜାରି କରିଛନ୍ତି । ଏୟାର୍ ଇଣ୍ଡିଆ ବୋଇଂ 787 ଡ୍ରିମ୍ଲାଇନର୍ ବିମାନର ଭୟାବହ ଦୁର୍ଘଟଣା ପରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନୂଆ ଖସଡା ନିୟମ ଜାରି କରିଛି। ଏହାର ଉଦ୍ଦେଶ୍ୟ ହେଉଛି ବିମାନ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଥିବା ଭୌତିକ ଗଠନାବଳି ଉପରେ ନିୟନ୍ତ୍ରଣ କଡାକଡି କରିବା। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାନ (ଭବନ ଓ ବୃକ୍ଷ ଆଦି ଦ୍ୱାରା ସୃଷ୍ଟି ହୋଇଥିବା ବାଧାର ଧ୍ୱଂସ) ନିୟମ, 2025 ଜାରି କରିଛି, ଯାହା ସରକାରୀ ରାଜପତ୍ରରେ ପ୍ରକାଶିତ ହେବା ତାରିଖରୁ ପ୍ରଭାବୀ ହେବ।