Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଅହମଦାବାଦ ବିମାନ ଦୁର୍ଘଟଣା ପରେ ସରକାର କଠୋର, ଡିଜିସିଏ ଜାରି କଲା ନୂଆ ଗାଇଡଲାଇନ
FMNEWS.IN
20-06-2025
ଅହମଦାବାଦ :- ଅହମଦାବାଦରେ ଏୟାର୍ ଇଣ୍ଡିଆ ବିମାନ ଦୁର୍ଘଟଣା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏପରି ଘଟଣାକୁ ରୋକିବା ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛି। ଏହାଅନୁଯାୟୀ, କେନ୍ଦ୍ର ସରକାର ବିମାନବନ୍ଦର ଚାରିପାଖରେ ଉଚ୍ଚ ଅଟ୍ଟାଳିକା ବା ଅନ୍ୟାନ୍ୟ ଭିତ୍ତିଭୂମି କାରଣରୁ ହେଉଥିବା ଦୁର୍ଘଟଣାକୁ ରୋକିବା ଉଦ୍ଦେଶ୍ୟରେ ନୂଆ ଗାଇଡଲାଇନଜାରି କରିଛନ୍ତି । ଏୟାର୍ ଇଣ୍ଡିଆ ବୋଇଂ 787 ଡ୍ରିମ୍ଲାଇନର୍ ବିମାନର ଭୟାବହ ଦୁର୍ଘଟଣା ପରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନୂଆ ଖସଡା ନିୟମ ଜାରି କରିଛି। ଏହାର ଉଦ୍ଦେଶ୍ୟ ହେଉଛି ବିମାନ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଥିବା ଭୌତିକ ଗଠନାବଳି ଉପରେ ନିୟନ୍ତ୍ରଣ କଡାକଡି କରିବା। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାନ (ଭବନ ଓ ବୃକ୍ଷ ଆଦି ଦ୍ୱାରା ସୃଷ୍ଟି ହୋଇଥିବା ବାଧାର ଧ୍ୱଂସ) ନିୟମ, 2025 ଜାରି କରିଛି, ଯାହା ସରକାରୀ ରାଜପତ୍ରରେ ପ୍ରକାଶିତ ହେବା ତାରିଖରୁ ପ୍ରଭାବୀ ହେବ।