Breaking News
- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ସହର ବଢେଇବେ ସରକାର- ନଗର ଉନ୍ନୟନ ମନ୍ତ୍ରୀ
FMNEWS.IN
12-01-2025
ଭୁବନେଶ୍ୱର, 12 ଜାନୁଆରି -ସହର ବଢେଇବେ ସରକାର । ଟାଉନ ପ୍ଲାନିଂ ସ୍କିମ ଜରିଆରେ ସହରକୁ ବଢାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ସୂଚନା ଦେଇଚନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ଟିପି ସ୍କିମ ପାଇଁ ସ୍ୱତନ୍ତ୍ର ବିଭାଗ କରି ଦିଆଯିବ ଦାୟିତ୍ୱ । ଟାଇମ ପିରିୟଡ଼ ବି ଫିକ୍ସ ହେବ । ସେହିପରି ପ୍ଲାନିଂ ପାଇଁ ସ୍ୱତନ୍ତ୍ର ଅଫିସ ମଧ୍ୟ ଖୋଲାଯିବ । ସହରାଞ୍ଚଳରେ କୌଣସି ଅନପ୍ଳାନଡ଼ କାମ ହେବନି । କଟକ, ବ୍ରହ୍ମପୁର, ରାଉରକେଲାରେ ଅନେକ ଟିପି ସ୍କିମ କରିବାକୁ ଯାଉଛନ୍ତି ସରକାର । ଭୁବନେଶ୍ୱର ହେଉଛି ଏକ ପ୍ଲାନଡ଼ ସିଟି । ତେଣୁ କୌଣସି ଅନପ୍ଲାନଡ଼ କାର୍ଯ୍ୟ କରାଯିବ ନାହିଁ । ନୀତି ନିୟମ ଭିତରେ ସହରର କଳେବର ବୃଦ୍ଧି ପାଇଁ ଯୋଜନା କରାଯାଉଛି । ଅଧିକରୁ ଅଧିକ ଟାଉନ ପ୍ଲାନ ସ୍କିମ ଉପରେ ଗୁରୁତ୍ୱ ଦିଆଯାଉଛି । କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଟାଉନ ପ୍ଲାନିଂ ସ୍କିମ କରାଯିବ ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଅଧିକ ଟାଉନ ପ୍ଲାନିଂ କାର୍ଯ୍ୟାଳୟ ଓ ମାନବ ସମ୍ବଳ ରଖାଯିବ ।