Breaking News
- କଂଗ୍ରେସ ସଂଗଠନ ସୃଜନ ଅଭିଯାନ : ତୃତୀୟ ଦିନରେ ଓଡିଶା ପହଁଞ୍ଚିଲେ ୭ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
- 2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ- ରାଜସ୍ୱ ମନ୍ତ୍ରୀ
- ‘ଭୋଟର ଅଧିକାର ଯାତ୍ରା’ ବିପ୍ଲବ ସମଗ୍ର ଦେଶକୁ ବ୍ୟାପିବ: ରାହୁଲ ଗାନ୍ଧୀ
- ନଭେମ୍ବର କିମ୍ବା ଡିସେମ୍ବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ
- ମୁଖ୍ୟମନ୍ତ୍ରୀ ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳକୁ ନିସର୍ତ କ୍ଷମା ମାଗନ୍ତୁ
ବ୍ୟାଙ୍କ ଋଣ ନ ସୁଝିବାରୁ ଘର ଜବତ
FMNEWS.IN
27-12-2024

ଜୟପୁର, ୨୭ ଡିସେମ୍ବର- ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଋଣ ନେଇ ପୈଠ କରିନଥିବାରୁ ଘର ଜବତ ହୋଇଛି । ଜୟପୁର ଇରିଗେସନ କଲୋନିର ସ୍ୱର୍ଗତ ହୃଷିକେଶ ସାହୁଙ୍କ ଘରକୁ ଜବତ କରାଯାଇଛି । ଘର ବନ୍ଧକ ରଖି ଗଜାନନ ଇଣ୍ଡଷ୍ଟ୍ରି ପାଇଁ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ରୁ ୧୪ ଲକ୍ଷ ଟଙ୍କା ଋଣ ଆଣିଥିଲେ । ସୁଧ ମିଶାଇ ବର୍ତମାନ ୪୬ ଲକ୍ଷ ଟଙ୍କାରୁ ଉର୍ଧ୍ଵ ପହଞ୍ଚିଛି । ବାରମ୍ବାର ବ୍ୟାଙ୍କ କତ୍ତୃପକ୍ଷ ଅବଗତ କଲେ ମଧ୍ୟ ସ୍ୱର୍ଗତ ହୃଷିକେଶଙ୍କ ପରିବାର କଣ୍ଣପାତ କଲେ ନାହିଁ । ବ୍ୟାଙ୍କ ତରଫରୁ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ପ୍ରକାର ସହଯୋଗ କରିନଥିଲେ ।
ଜବତ ସମୟରେ ମାଜିଷ୍ଟେଟ ହିସାବରେ ଜୟପୁର ତହସିଲଦାର ସବ୍ୟ ସାଚି ଜେନା, ଟାଉନ ପୋଲିସ ଉପସ୍ଥିତ ଥିଲେ । ସ୍ୱର୍ଗତ ହୃଷିକେଶ ସାହୁଙ୍କ ନାମରେ ଲୋନ ରହିଥିଲା । ବ୍ୟାଙ୍କର ରୁଣ ଟଙ୍କା ପୈଠ କରିନଥିବାରୁ ଘର ଜବତ କରାଯାଇଥିବା ବିଷୟ ଜୟପୁର ତହସିଲଦାର ସବ୍ୟସାଚି ଜେନା ସୂଚନା ଦେଇଛନ୍ତି ।