BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ଭାରତ ଚତୁର୍ଥ ସର୍ବବୃହତ ଅର୍ଥନୀତି ହେବା ଅତ୍ୟନ୍ତ ଗୌରବ ପୂର୍ଣ୍ଣ ବିଷୟ- ଆଇନ ମନ୍ତ୍ରୀ

FMNEWS.IN 25-05-2025
It is a matter of great pride for India to become the fourth largest economy: Law Minister

ଭୁବନେଶ୍ୱର, 25 ମେ- ଜାପାନକୁ ପଛରେ ପକାଇ ଭାରତ ଚତୁର୍ଥ ସର୍ବ ବୃହତ ଅର୍ଥନୀତି ହେବା ଅତ୍ୟନ୍ତ ଗୌରବ ପୂର୍ଣ୍ଣ ବିଷୟ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । କେନ୍ଦ୍ର ସରକାରଙ୍କ ଅଭିନନ୍ଦନୀୟ ପଦକ୍ଷେପ କାରଣରୁ ଏହା ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି । ୨୦୨୪ ପରଠୁ କେନ୍ଦ୍ର ସରକାର ଯେଉଁ ସବୁ ବିସ୍ତୃତ ଯୋଜନା କରିଥିଲେ ସେଥିପାଇଁ ଆମେ ଦଶମ ସ୍ଥାନରୁ ଆସି ଚତୁର୍ଥ ସ୍ଥାନରେ ପହଁଚିଛୁ । ପ୍ରଧାନମନ୍ତ୍ରୀଙ୍କ ଦେଶକୁ ଆଗକୁ ନେବାର ସ୍ୱପ୍ନ ଏବଂ ସ୍ଵାବଲମ୍ବୀ କରିବାର କାର୍ଯ୍ୟ ହିଁ ଏହାକୁ ସମ୍ଭବ କରିପାରିଛି । ଏଥିପାଇଁ ଓଡ଼ିଶା ତରଫରୁ ଆମେ ସମସ୍ତେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଅଭିନନ୍ଦନ ଓ ଧନ୍ୟବାଦ ଜଣାଉଛୁ । ୨୦୩୬ ଓ ୨୦୪୭ ର ଲକ୍ଷ୍ୟ ନେଇ ଆମେ ଆଗକୁ ବଢୁ ଥିବା ବେଳେ ଏହା ଆମ ପାଇଁ ଗୋଟେ ମାଇଲ ଖୁଣ୍ଟ ଭାବେ ପ୍ରମାଣିତ ହୋଇଛି । ୨୦୪୭ ବେଳକୁ ଆମେ ବିଶ୍ୱର ସର୍ବ ବୃହତ ଅର୍ଥନୀତି ହୋଇ ଭାରତ ଛିଡ଼ା ହେବ କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଶା ବି ସମାନ ଭାବେ ତାଳ ଦେଇ ୨୦୩୬ ର ଲକ୍ଷ୍ୟ ନେଇ ଆଗକୁ ବଢୁଛି ବୋଲି ସେ କହିଛନ୍ତି ।