- ସରକାର ଅସ୍ତ୍ରବିରତି ଉପରେ ନିଜର ମତ ସ୍ପଷ୍ଟ କରିବା ଉଚିତ: କଂଗ୍ରେସ
- ସମ୍ବଲପୁରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି : ସାଧାରଣ ଜୀବନଯାତ୍ରା ଗୁରୁତର ପ୍ରଭାବିତ
- ଛତିଆଠାରେ ଭୟଙ୍କର ବିସ୍ପୋରଣ : ଘଟଣାସ୍ଥଳରେ ୨ ମୃତ : ସ୍ଥାନୀୟ ଲୋକେ ଭୟଭିତ
- ଏୟାରଷ୍ଟ୍ରାଇକ ପରେ ରାଜସ୍ଥାନର ସୀମାବର୍ତ୍ତୀ ଜିଲ୍ଲାରେ ସ୍କୁଲ -କଲେଜ ବନ୍ଦ,ସେନା ସତର୍କ
- ପାକିସ୍ତାନକୁ ଚେତାବନୀ- ସାମରିକ ଆକ୍ରମଣ କଲେ ମିଳିବ କଠୋର ଜବାବ
ବିଭିନ୍ନ ଦାବି ନେଇ ଆରୟା କାରଖାନା ଆଗରେ ଅଞ୍ଚଳବାସୀଙ୍କ ଗଣଧାରଣା

ଯୋଡ଼ା: ବଲାଣି ଥାନା ଅନ୍ତର୍ଗତ ମାଟକାମବେଡା ଔଦ୍ୟୋଗିକ କ୍ଷେତ୍ରରେ ଥିବା ଆରୟା କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଗଣ ଧାରଣାରେ ବସିଛନ୍ତି ଅଞ୍ଚଳବାସୀ । ଏହି ଧାରଣା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଥିବା ବେଳେ କାରଖାନା କତ୍ତୃପକ୍ଷ ଧାରଣାରେ ବସିଥିବା ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରୁନଥିବାରୁ ଆନ୍ଦୋଳନକାରୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଆନ୍ଦୋଳନକାରୀ ମୁଖ୍ୟ ଫାଟକ ସମ୍ମୁଖରେ ବସିଥିବା ଯୋଗୁଁ କାରଖାନାକୁ କଞ୍ଚା ମାଲ ପରିବହନ ବନ୍ଦ ହୋଇପଡିବା ସହିତ କାରଖାନାରୁ ଉତ୍ପନ୍ନ ଦ୍ରବ୍ୟ ପରିବହନ ଓ ଅନ୍ୟାନ୍ୟ କାରଖାନା କାର୍ଯ୍ୟକଳାପ ଏକ ପ୍ରକାର ବନ୍ଦ ହୋଇ ପଡିଛି ।
ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁସାରେ, ଏଠାକାର ସ୍ଥାନୀୟ ଲୋକଙ୍କ ଜମି ଉପରେ କାରଖାନା ନିର୍ମାଣ କରି ଘରୋଇ କମ୍ପାନୀ ହଜାର ହଜାର କୋଟି ଟଙ୍କା ଲାଭ କରିଥିଲେ ସୁଦ୍ଧା ଏଠାକାର ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦେଉନାହିଁ କମ୍ପାନୀ । ସେମାନେ ଅଭିଯୋଗ କରି କହିଛନ୍ତି ଯେ, କମ୍ପାନୀ ନିରୀହ ଆଦିବାସୀଙ୍କ ଜମି ବର୍ଷ ବର୍ଷ ଧରି ବେଆଇନ ଭାବରେ ଜବରଦଖଲ କରି ରଖିଥିଲେ ସୁଦ୍ଧା ଜମିହରାଙ୍କୁ କୌଣସି ସୁବିଧା ପ୍ରଦାନ କରୁନାହାନ୍ତି । ଏହା ବ୍ୟତୀତ ସେମାନେ ଅଭିଯୋଗ କରିଛନ୍ତି ଯେ, କମ୍ପାନୀ ବାହାର ଲୋକଙ୍କୁ ନିଯୁକ୍ତି ପ୍ରଦାନ କରୁଥିବା ବେଳେ ସ୍ଥାନୀୟ ଶିକ୍ଷିତ ବେକାର ଯୁବକ ଯୁବତୀ ଓ ଜମିହରାଙ୍କୁ ନିଯୁକ୍ତି କ୍ଷେତ୍ରରେ ଅବହେଳା କରି ଆସୁଛି । କାରଖାନା ଯୋଗୁଁ ମାତ୍ରାଧିକ ଧୂଳି ଧୂଆଁ ଯୋଗୁଁ ପରିବେଶ ପ୍ରଦୂଷିତ ହେବା ଯୋଗୁଁ ସ୍ଥାନୀୟ ଜନସାଧାରଣ ବିଭିନ୍ନ ରୋଗରେ ରୋଗାକ୍ରାନ୍ତ ହେଉଛନ୍ତି । ଏହା ବ୍ୟତୀତ କାରଖାନାରୁ ନିର୍ଗତ ବର୍ଜ୍ୟବସ୍ତୁ ଯୋଗୁଁ ଚାଷ ଜମି ଉର୍ବରତା ହରାଇବା ସହିତ ଚାଷ ଜମି ଚାଷ ଅନୁପଯୋଗୀ ହୋଇପଡିଛି । ଏହାଦ୍ବାରା ବେକାରୀ ସମସ୍ୟା ଏଠାରେ ଉତ୍କଟ ରୂପ ନେଇଥିବା ବେଳେ କମ୍ପାନୀ କତ୍ତୃପକ୍ଷ ଅଞ୍ଚଳବାସୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଉନାହିଁ । ଏ ନେଇ ଅଞ୍ଚଳବାସୀ ଗତ ବର୍ଷ ଅଗଷ୍ଟ ୩୧ ତାରିଖରେ ଏକ ଲିଖିତ ଚିଠି ମାଧ୍ୟମରେ କମ୍ପାନୀ କତ୍ତୃପକ୍ଷ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କମ୍ପାନୀ କତ୍ତୃପକ୍ଷ ବାଧ୍ୟ ହୋଇ ଗଣ ଧାରଣାରେ ବସିଛନ୍ତି । କାରଖାନା କତ୍ତୃପକ୍ଷ ସ୍ଥାନୀୟ ଲୋକଙ୍କୁ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି, ସ୍ଥାନୀୟ ଯୁବକଙ୍କୁ କାରଖାନାରେ ବିଭିନ୍ନ ଠିକା କାମ, ଖଣିଜ ପଦାର୍ଥ ଓ ଉପନ୍ନ ଦ୍ରବ୍ୟ ପରିବହନ ସହିତ ଚିକିତ୍ସା, ପାନୀୟ ଜଳ ଯୋଗାଣ, ଶିକ୍ଷା ଭଳି ମୌଳିକ ସୁବିଧା ଯୋଗାଇ ଦେବାର ଲିଖିତ ପ୍ରତିଶ୍ରୁତି ନଦେବା ପର୍ଯ୍ୟନ୍ତ ଏହି ଧର୍ମଘଟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି କହିଛନ୍ତି ।