Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ପାଟଣାଗଡ଼ରୁ ଆବୁଧାବି ଓ ଲଣ୍ଡନକୁ ଗଲା ଆମ୍ବ
FMNEWS.IN
15-06-2025
ବଲାଙ୍ଗିର :- ପାଟଣାଗଡ଼ରୁ ଆବୁଧାବି ଓ ଲଣ୍ଡନକୁ ଗଲା ଆମ୍ବ । ଏଭଳି ଏକ ଉତ୍ସାହପ୍ରଦ ଖବର ଆସିଛି । ପାଟଣାଗଡ଼ରୁ ସିଧା ବିଦେଶକୁ ପହଂଚିଛି ପାଟଣାଗଡ଼ ମାଟିରେ ଫଳିଥିବା ଆମ୍ବ । ପାଟଣାଗଡ଼ର ଚିନ୍ତାମଣି ରାଉତ, ବ୍ୟାସ ପୁରୋହିତ, ପ୍ରଦୀପ ପୁରୋହିତଙ୍କ ଆମ୍ବ ରପ୍ତାନୀ ହୋଇଥିବା ସୂଚନାରେ କୁହାଯାଇଛି । ମୁଖ୍ୟତଃ ପାଟଣାଗଡ଼ ମାଟିରେ ଫଳୁଥିବା ଆମ୍ବ୍ରପଲ୍ଲୀ କିସମ ଆମ୍ବ କିମିଆ କରିଛି । ବିଦେଶରେ ବି ଏହାର ଚାହିଦା ବେଶ୍ ଉତ୍ସାହପ୍ରଦ ରହିଛି । ଉଦ୍ୟାନ କୃଷି, ଆପେଡା, ପାଲାଡ଼ିଅମ ଓ ନାବାର୍ଡ ସହାୟତାରେ ପ୍ରଗତି ଫାର୍ମର ପ୍ରଡ୍ୟୁସର କମ୍ପାନୀ ଜରିଆରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓଙ୍କ ଉଦ୍ୟମରେ ପାଟଣାଗଡ଼ରୁ ଆବୁଧାବି ଓ ଲଣ୍ଡନକୁ ଆମ୍ବ ରପ୍ତାନୀ ହୋଇଥିବା କୁହାଯାଇଛି।