Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ପାଟଣାଗଡ଼ରୁ ଆବୁଧାବି ଓ ଲଣ୍ଡନକୁ ଗଲା ଆମ୍ବ
FMNEWS.IN
15-06-2025
ବଲାଙ୍ଗିର :- ପାଟଣାଗଡ଼ରୁ ଆବୁଧାବି ଓ ଲଣ୍ଡନକୁ ଗଲା ଆମ୍ବ । ଏଭଳି ଏକ ଉତ୍ସାହପ୍ରଦ ଖବର ଆସିଛି । ପାଟଣାଗଡ଼ରୁ ସିଧା ବିଦେଶକୁ ପହଂଚିଛି ପାଟଣାଗଡ଼ ମାଟିରେ ଫଳିଥିବା ଆମ୍ବ । ପାଟଣାଗଡ଼ର ଚିନ୍ତାମଣି ରାଉତ, ବ୍ୟାସ ପୁରୋହିତ, ପ୍ରଦୀପ ପୁରୋହିତଙ୍କ ଆମ୍ବ ରପ୍ତାନୀ ହୋଇଥିବା ସୂଚନାରେ କୁହାଯାଇଛି । ମୁଖ୍ୟତଃ ପାଟଣାଗଡ଼ ମାଟିରେ ଫଳୁଥିବା ଆମ୍ବ୍ରପଲ୍ଲୀ କିସମ ଆମ୍ବ କିମିଆ କରିଛି । ବିଦେଶରେ ବି ଏହାର ଚାହିଦା ବେଶ୍ ଉତ୍ସାହପ୍ରଦ ରହିଛି । ଉଦ୍ୟାନ କୃଷି, ଆପେଡା, ପାଲାଡ଼ିଅମ ଓ ନାବାର୍ଡ ସହାୟତାରେ ପ୍ରଗତି ଫାର୍ମର ପ୍ରଡ୍ୟୁସର କମ୍ପାନୀ ଜରିଆରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓଙ୍କ ଉଦ୍ୟମରେ ପାଟଣାଗଡ଼ରୁ ଆବୁଧାବି ଓ ଲଣ୍ଡନକୁ ଆମ୍ବ ରପ୍ତାନୀ ହୋଇଥିବା କୁହାଯାଇଛି।