BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ଏନଟିପିସି ତାଳଚେର ଥର୍ମାଲର ୬୬୦ ମେଗା ୱାଟ ବିଶିଷ୍ଟ ପ୍ରଥମ ୟୁନିଟ ସେପ୍ଟେମ୍ବର ୨୦୨୭ରେ ଉତ୍ପାଦନ ଆରମ୍ଭ କରିବ : ପ୍ରକଳ୍ପ ମୁଖ୍ୟ ବିଜୟ ଚାନ୍ଦ

FMNEWS.IN 08-01-2025
NTPC Talcher Thermal's new (660×2) MW first unit to start production in September 2027: Project Head Vijay Chand

FMNews

ତାଳଚେର(ପ୍ରିୟ ମାଧବ ଦାସ):-ଏନଟିପିସି ତାଳଚେର ଥର୍ମାଲରେ ନୂତନ ଭାବେ ପ୍ରତିଷ୍ଠା ହେଉଥିବା (୬୬୦୨)ମେଗା ୱାଟ ଶକ୍ତି ପ୍ରକଳ୍ପ ର ପ୍ରଥମ ୟୁନିଟ ଆସନ୍ତା ସେପ୍ଟେମ୍ବର ୨୦୨୭ରେ କାର୍ଯ୍ୟକ୍ଷମ ହେବ ଏବଂ ଦ୍ଵିତୀୟ ୟୁନିଟ ଡ଼ିସେମ୍ବର ୨୦୨୭ରେ ଉତ୍ପାଦନ ଆରମ୍ଭ କରିବ ବୋଲି ଆଜି ଏକ ସାମ୍ବାଦିକ ସଂମ୍ମିଳନୀରେ ପ୍ରକଳ୍ପ ମୁଖ୍ୟ ବିଜୟ ଚାନ୍ଦ ପ୍ରକାଶ କରିଛନ୍ତି l ପ୍ରକଳ୍ପର କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି ଏବଂ ଏନଟିପିସି ଏଥିରେ ସଫଳ ନିଶ୍ଚିତ ହେବ l ଶକ୍ତି ଉତ୍ପାଦନ ବ୍ୟତୀତ, ପରିବେଶ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିପାର୍ଶୀକ ପାରିପାର୍ଶୀକ ଗ୍ରାମାଞ୍ଚଳର ଉର୍ନ୍ନତି ଏହା ସହ ଜଡିତ ହୋଇଛି l ଏହି ପ୍ରକଳ୍ପ ରୁ ଉତ୍ପାଦିତ ଶକ୍ତି ର ୫୦% ଓଡିଶା ରାଜ୍ୟ ଓ ଅନ୍ୟ ରାଜ୍ୟ ଗୁଜୁରାଟ, ଆସାମ ଓ ତାମିଲନାଡୁ ପ୍ରଭୂତି ବଳକା ଶକ୍ତି ନେବ ବୋଲି ଶ୍ରୀ ଚାନ୍ଦ କହିଥିଲେ l

ପରିବେଶ ସୁରକ୍ଷା ନିମିତ୍ତ ୯୦ ହଜାର ବୃକ୍ଷ ରୋପଣ କରାଯିବାର ସ୍ଥିର ହୋଇଛି l ଯାହା ରାଜ୍ୟ ବନ ନିଗମ ଦ୍ୱାରା କରାଯିବ l ସ୍ଥାନୀୟ ଯୁବାବର୍ଗ ଙ୍କୁ କର୍ମ ନିଯୁକ୍ତି ର ଅପାର ସୁଯୋଗ ସୃଷ୍ଟି ମଧ୍ୟ କରାଯାଉଛି l

ଏନଟିପିସି ସର୍ବଦା ନିଜ ଲକ୍ଷ୍ୟରେ ଅଟଳ ଓ ସାମାଜିକ ବିକାଶ ପାଇଁ ନିରନ୍ତର ପ୍ରୟାସ ଜାରି ରଖିବ ବୋଲି ଶ୍ରୀ ଚାନ୍ଦ ପ୍ରକାଶ କରିଥିଲେ l

ଏହି ପ୍ରକଳ୍ପ ଅତ୍ୟନ୍ତ ଉଚ୍ଚ ମାନଙ୍କ ଓ ଏଥିରେ ପ୍ରଦୂଷଣ ଶୂନ୍ୟ ଅଟେ l ଓଡିଶା ପାଇଁ ଏହା ଏକ ନୂଆ ମାଇଲ ଖୁଣ୍ଟ ସୃଷ୍ଟି କରିବ ଏବଂ ଦେଶ ପାଇଁ ଶିଳ୍ପ ପ୍ରଗତି ର ନୂଆ ସୂଚକାଙ୍କ ବୋଲି ଶ୍ରୀ ଚାନ୍ଦ ପ୍ରକାଶ କରଛନ୍ତି l ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଥର୍ମାଲର ସମସ୍ତ ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ l