- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଓଡ଼ିଶାରେ ଡବଲ ଇଞ୍ଜିନର ସରକାର ଅଛି ସେଥିପାଇଁ ଡବଲ ଇନଭେଷ୍ଟ ହେବ-ନବୀନ ଜିନ୍ଦଲ
ଭୁବନେଶ୍ୱର, 28 ଜାନୁଆରି - ଓଡ଼ିଶାରେ ଡବଲ ଇଞ୍ଜିନର ସରକାର ଅଛି ସେଥିପାଇଁ ଡବଲ ଇନଭେଷ୍ଟ ହେବ ବୋଲି ଜେଏସପିଏଲ ମୁଖ୍ୟ ନବୀନ ଜିନ୍ଦଲ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଉତ୍କର୍ଷ ଓଡ଼ିଶା ପାଇଁ ଓଡ଼ିଶାକୁ ଇନଭେଷ୍ଟର ଆସିବେ, ପୁଞ୍ଜି ନିବେଶ ହେବ। ଇନଭେଷ୍ଟର ଓଡ଼ିଶା ଆସିବେ, ଓଡ଼ିଶାରେ ଡବଲ ଇଞ୍ଜିନର ସରକାର ଅଛି ସେଥିପାଇଁ ଡବଲ ଇନଭେଷ୍ଟ ହେବ। ବହୁତ ବିକାଶ ହେବ, ଯୁବ ଉଦ୍ୟୋଗୀ ସୃଷ୍ଟି ହେବେ । ରୋଜଗାର ସହ ନିଯୁକ୍ତିର ସୁଯୋଗ ସୃଷ୍ଟି ହେବ। ଆଗାମୀ ୫ ବର୍ଷରେ ବିକଶିତ ଭରତ ବନିବା ପାଇଁ ଓଡ଼ିଶା ଆଗେଇବ । ଆଗାମୀ ୧ ବର୍ଷ ଭିତରେ ଜିନ୍ଦଲ ଗ୍ରୁପ ୬ ମିଲିୟନ ଉତ୍ପାଦନ ପ୍ଲାଣ୍ଟର ପ୍ରତିଷ୍ଠା ପାଇଁ ପ୍ରାୟାସ ଆରମ୍ଭ ହୋଇଛି। ଆଗକୁ ଏହା ୧୨ ମିଲିୟନ ଟନ କ୍ଷମତା ବିଶିଷ୍ଟ ପ୍ଲାଣ୍ଟ ବନିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ନବୀନ ଜିନ୍ଦଲ। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଆଗ୍ରହ କ୍ରମେ କେନ୍ଦୁଝରରେ ଏକ ବଡ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ପାଇଁ ଜିନ୍ଦଲ ଗ୍ରୁପ ସରକାରଙ୍କ ସହ ଆଲୋଚନା କରିଛନ୍ତି ବୋଲି କହିଛନ୍ତି ନବୀନ ଜିନ୍ଦଲ।