Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ରେପୋ ରେଟ୍ 0.25 ପ୍ରତିଶତ ହ୍ରାସ କରି 6 ପ୍ରତିଶତ କଲା ଆରବିଆଇ
FMNEWS.IN
09-04-2025
ନୂଆଦିଳ୍ଲୀ, 9 ଏପ୍ରିଲ୍ :- ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ରେଟ୍ରେ 0.25 ପ୍ରତିଶତ ହ୍ରାସ କରିଛି । ଆରବିଆଇ ରେପୋ ରେଟ୍ ହ୍ରାସ କରି 6 ପ୍ରତିଶତ କରିଛି, ଯାହା ପୂର୍ବରୁ 6.25 ପ୍ରତିଶତ ଥିଲା । ଆରବିଆଇ ଚଳିତ ଆର୍ଥିକ ବର୍ଷ 2025-26 ପାଇଁ ଆର୍ଥିକ ବୃଦ୍ଧି ଦର 6.7 ପ୍ରତିଶତରୁ ହ୍ରାସ କରି 6.5 ପ୍ରତିଶତ କରିଥିଲା । ରିଜର୍ଭ ବ୍ୟାଙ୍କ ଏହି ନିଷ୍ପତିରେ ଆଗାମୀ ଦିନରେ ଲୋନର ଦର ଶସ୍ତା ହୋଇପାରେ । ଏହାଦ୍ୱାରା ଇଏମଆଇ ବି ହ୍ରାସ ପାଇବ ।
ଆରବିଆଇ ଗଭର୍ଣ୍ଣର ସଂଜୟ ମଲହୋତ୍ରା ବୁଧବାର ନୂଆ ଆର୍ଥିକ ବର୍ଷ 2025-26ର ପ୍ରଥମ ମୌଦ୍ରିକ ନୀତି କମିଟିର ତିନି ଦିବସୀୟ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି । ମଲହୋତ୍ରା କହିଛନ୍ତି ଯେ, ମୌଦ୍ରିକ ନୀତି କମିଟି ସର୍ବସମ୍ମତିରୁ ନୀତିଗତ ଦର ରେପୋ ରେଟକୁ ତତ୍କାଳ ପ୍ରଭାବରେ 25 ଆଧାର ଅଙ୍କ ଅର୍ଥାତ୍ 0.25 ପ୍ରତିଶତରୁ ହ୍ରାସ କରି 6 ପ୍ରତିଶତ କରିବା ପାଇଁ ମତଦାନ କରିଛି ।