BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ରେପୋ ରେଟ୍ 0.25 ପ୍ରତିଶତ ହ୍ରାସ କରି 6 ପ୍ରତିଶତ କଲା ଆରବିଆଇ

FMNEWS.IN 09-04-2025
RBI cuts repo rate by 0.25 percentage point to 6 percent

ନୂଆଦିଳ୍ଲୀ, 9 ଏପ୍ରିଲ୍ :- ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେପୋ ରେଟ୍ରେ 0.25 ପ୍ରତିଶତ ହ୍ରାସ କରିଛି । ଆରବିଆଇ ରେପୋ ରେଟ୍ ହ୍ରାସ କରି 6 ପ୍ରତିଶତ କରିଛି, ଯାହା ପୂର୍ବରୁ 6.25 ପ୍ରତିଶତ ଥିଲା । ଆରବିଆଇ ଚଳିତ ଆର୍ଥିକ ବର୍ଷ 2025-26 ପାଇଁ ଆର୍ଥିକ ବୃଦ୍ଧି ଦର 6.7 ପ୍ରତିଶତରୁ ହ୍ରାସ କରି 6.5 ପ୍ରତିଶତ କରିଥିଲା । ରିଜର୍ଭ ବ୍ୟାଙ୍କ ଏହି ନିଷ୍ପତିରେ ଆଗାମୀ ଦିନରେ ଲୋନର ଦର ଶସ୍ତା ହୋଇପାରେ । ଏହାଦ୍ୱାରା ଇଏମଆଇ ବି ହ୍ରାସ ପାଇବ ।

ଆରବିଆଇ ଗଭର୍ଣ୍ଣର ସଂଜୟ ମଲହୋତ୍ରା ବୁଧବାର ନୂଆ ଆର୍ଥିକ ବର୍ଷ 2025-26ର ପ୍ରଥମ ମୌଦ୍ରିକ ନୀତି କମିଟିର ତିନି ଦିବସୀୟ ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି । ମଲହୋତ୍ରା କହିଛନ୍ତି ଯେ, ମୌଦ୍ରିକ ନୀତି କମିଟି ସର୍ବସମ୍ମତିରୁ ନୀତିଗତ ଦର ରେପୋ ରେଟକୁ ତତ୍କାଳ ପ୍ରଭାବରେ 25 ଆଧାର ଅଙ୍କ ଅର୍ଥାତ୍ 0.25 ପ୍ରତିଶତରୁ ହ୍ରାସ କରି 6 ପ୍ରତିଶତ କରିବା ପାଇଁ ମତଦାନ କରିଛି ।