- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ରେପୋ ରେଟ 0.50 ପ୍ରତିଶତ ହ୍ରାସ କରି 5.50 ପ୍ରତିଶତ କଲା ଆରବିଆଇ
ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ ନୀତିଗତ ସୁଦ ହାର (ରେପୋ ରେଟ୍) କୁ 0.50 ପ୍ରତିଶତ କମାଇ ଏହାକୁ 5.50 ପ୍ରତିଶତ କରିଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣ ସଂଜୟ ମଲହୋତ୍ରା ଆଜି ଦ୍ୱିମାସିକ ମୌଦ୍ରିକ ନୀତି କମିଟିର ତିନି ଦିନିଆ ବୈଠକ ପରେ ମୁମ୍ବାଇରେ ଏହି ଘୋଷଣା କରିଛନ୍ତି। ଆରବିଆଇର ଏହି ସିଦ୍ଧାନ୍ତ ଫଳରେ ହୋମ୍ ଲୋନ୍ ଓ କାର୍ ଲୋନର ଇଏମଆଇହ୍ରାସ ପାଇବାର ରାସ୍ତା ଖୋଲିଯାଇଛି। ତେବେ ବ୍ୟାଙ୍କମାନେ ସୁଧ ହାର କମାଇବା ଘୋଷଣା ପରେ ଏହା ଚାଲୁ ହେବ।
ଆରବିଆଇ ଗଭର୍ଣ୍ଣ ସଂଜୟ ମଲହୋତ୍ରା ଏମପିସି ବୈଠକରେ ନିଆାଇଥିବା ନିଷ୍ପତି ସଂପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମହଙ୍ଗା ଦର କମିଥିବା ପରିପ୍ରେକ୍ଷିରେ ଆରବିଆଇ ଦେଶର ଅର୍ଥନୈତିକ ବୃଦ୍ଧିକୁ ଗତି ଦେବା ପାଇଁ ମୁଖ୍ୟ ନୀତିଗତ ସୁଧ ଦର ରେପୋ ରେଟକୁ 0.50 ପ୍ରତିଶତ କମାଇ 5.50 ପ୍ରତିଶତ କରିଛି।
ଆରବିଆଇ ଗଭର୍ଣ୍ଣର କହିଛନ୍ତି ଯେ, ଚାଲୁଥିବା ଆର୍ଥିକ ବର୍ଷ 2025-2026 ପାଇଁ ବାସ୍ତବିକ ସାମଗ୍ରିକ ଘରୋଇ ଉତ୍ପାଦନ ବୃଦ୍ଧି ହାର 6.50 ପ୍ରତିଶତ ରହିବା ଅନୁମାନ କରାଯାଇଛି ।