- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
କୋଇଲା ପରିବହନ ଗାଡ଼ିରେ ଓଭରଲୋଡିଂ ହେଉଥିବା ନେଇ ଆଞ୍ଚଳିକ ଠିକା ମଜଦୂର ସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ
ତାଳଚେର:- ତାଳଚେର ସ୍ଥିତ ବିଭିନ୍ନ କୋଇଲାଖଣି ଗୁଡିକରେ କୋଇଲା ଉତ୍ତୋଳନ ଓ ପରିବହନ ନେଇ ନିଯୁକ୍ତ ଟ୍ରକ୍ ଗୁଡିକରେ ଓଭରଲୋଡିଂ ହେଉଥିବା ଅଭିଯୋଗ ନେଇ ଏକ ସମ୍ମିଳନୀ ମାଧ୍ୟମରେ ଆଞ୍ଚଳିକ ଠିକା ମଜଦୂର ସଂଘ ତରଫରୁ ଅଭିଯୋଗ କରାଯାଇଛି । ସରକାରଙ୍କ ନିୟମ ବା ଧାର୍ଯ୍ୟ ଓଜନ ଠାରୁ ବର୍ଷ ବର୍ଷ ଧରି କୋଇଲା ପରିବହନ ହେଉଥିବାରୁ ଖଣିରେ କାର୍ଯ୍ୟରତ ଶ୍ରମିକଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି ବୋଲି ସଂଘ ତରଫରୁ କୁହାଯାଇଛି । ଏହା ସହ କୋଇଲା ପରିବହନ ନେଇ ଯେତିକି ଗାଡ଼ିର ଆବଶ୍ୟକତା ରହିଛି ତା ଠାରୁ କମ୍ ଗାଡ଼ିରେ କୋଇଲା ପରିବହନ କରାଯାଉଥିବାରୁ ସ୍ଥାନୀୟ ଲୋକମାନେ ଗାଡ଼ି ଖଣ୍ଡେ ଖଣ୍ଡେ କରିଥିଲେ ମଧ୍ୟ ସେମାନେ କାମ ପାଇ ପାରୁ ନାହାନ୍ତି l ଫଳରେ ବେକାରୀ ସମସ୍ୟା ତାଳଚେର ଅଞ୍ଚଳରେ ବଢ଼ି ଚାଲିଛ l ଏହି ସମସ୍ୟା ନେଇ ତାଳଚେର ଉପଜିଲ୍ଲାପାଳ ଏବଂ ଏମସିଏଲ କର୍ତ୍ତୃପକ୍ଷଙ୍କୁ ସଂଘ ତରଫରୁ ଲିଖିତ ଅଭିଯୋଗ ଦିଆଯାଇଥିଲା l ଏହାକୁ ନେଇ ଗତ ୧୬ ତାରିଖରେ ଉପଜିଲ୍ଲାପାଳଙ୍କ ଅଧ୍ଯକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା ।
ରାଜ୍ୟ ପରିବହନ ବିଭାଗ ଓ ଖଣି ସୁରକ୍ଷା ବିଭାଗର ନିର୍ଦ୍ଦେଶାବଳୀ ଥିଲେ ମଧ୍ୟ ଏହି ନିୟମ ଖଣିରେ ଉଲଂଘନ କରାଯାଉଛି ବୋଲି ସଂଘ ତରଫରୁ ଅଭିଯୋଗ କରାଯାଇଛି l ତେଣୁ ଆଗାମୀ ଦିନରେ ଖଣି କର୍ତ୍ତୃପକ୍ଷ ଯଦି ଓଭରଲୋଡିଂ ବନ୍ଦ ନକରନ୍ତି ତେବେ ସଂଘ ତରଫରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସଂଘ ତରଫରୁ କୁହାଯାଇଛି l ଏହି ସମସ୍ୟା ନେଇ ସରକାରୀ ନିୟମ ମୁତାବକ କାର୍ଯ୍ୟ କରିବାକୁ ଉପ ଜିଲ୍ଲାପାଳ ଏମସିଏଲ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦେଇଥିଲେ l ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ବିରଞ୍ଚି ସାହୁ, ସମ୍ପାଦକ ବିଜୟ ବିଶ୍ବାଳ, ମହେନ୍ଦ୍ର ବେହେରା, ନିରଞ୍ଜନ ପ୍ରଧାନ, ଗୀତିଶ ପ୍ରଧାନ, ସ୍ୱାଧୀନ ଥମ୍ବ ଓ ରଙ୍ଗାଧର ନାହାକ ପ୍ରମୁଖ ଉପସ୍ଥିତ ଥିଲେ l