- କେଦାରନାଥ ହେଲିକପ୍ଟର ଦୁର୍ଘଟଣାରେ ମହାରାଷ୍ଟ୍ରର ଗୋଟିଏ ପରିବାରର ତିନିଜଣଙ୍କ ମୃତ୍ୟୁ
- ତେଲେଙ୍ଗାନାର ବାସରରେ ଗୋଦାବରୀ ନଦୀରେ ବୁଡିବା କାରଣରୁ ହାଇଦ୍ରାବାଦର 5ଜଣ ଯୁବକଙ୍କ ମୃତ୍ୟୁ
- ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ରାଜକୋଟରେ ଆଜି ହେବ ଅନ୍ତିମ ସଂସ୍କାର
- ଆଗାମୀ ୨୪ ଘଂଟା ମଧ୍ୟରେ ଝଡ଼ କିମ୍ବା ବଜ୍ରପାତ, ପବନ ଓ ଭୀଷଣ ବର୍ଷା ନେଇ ରାଜ୍ୟର ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
- ଉତ୍ତର ପ୍ରଦେଶରେ ଭୟାବହ ସଡକ ଦୁର୍ଘଟଣାରେ 5 ମୃତ, ଜଣେ ଆହତ
୨୪୨ ଏକର ଜମି ଅଧିଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦନ, ଜୟପୁରରେ ଉଡିବ ୭୨ ସିଟ ବିଶିଷ୍ଟ ବିମାନ

ଜୟପୁର, ୪ ଜାନୁଆରୀ - ୨୪୨ ଏକର ଜମି ଅଧିଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁମୋଦନ ମିଳିବା ପରେ ଆଜି ଜିଲ୍ଲାପାଳ ଜୟପୁର ଗସ୍ତରେ ଆସି ଉପଜିଲ୍ଲାପାଳ ଏ.ସସ୍ୟା ରେଡ୍ଡୀ, ତହସିଲଦାର ସବ୍ୟସାଚୀ ଜେନା ଓ ପୂର୍ତ୍ତବିଭାଗ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି। ଗତ ଦେଢ ବର୍ଷ ହେବ ବିମାନ ବନ୍ଦର ୨ସି ବର୍ଗରେ ରହିଥିବା ବେଳେ ସ˚ପ୍ରତି ଏହାସି ୩ସିରେ ପରିଣତ କରିବା ପ୍ରକିୟା ଆରମ୍ଭ କରାଯାଇଛି। ଏଥିପାଇଁ ରନେଵର ଲମ୍ବ ଏବ˚ ଓସାରକୁ ବୃଦ୍ଧି କରିବାକୁ ପଡିବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଧେଶକ୍ରମେ ଗତ ଜାନୁଆରୀ ମାସ ରେ ସର୍ଭେ କରାଯାଇଥିଲା। ସର୍ଭେ ସରିବା ପରେ ଏଥି ପାଇଁ ୨୪୨ ଏକର ଜମିକୁ ଚିହ୍ନଟି କରି ଖୁଣ୍ଟ ପୋତାଯାଇଥିଲା। ଜମି ମାପଚୁପ ବେଳେ ଏୟାରପୋର୍ଟ ନିକଟସ୍ଥ ଗ୍ରାମ ବାଙ୍କବିଜା ଗାଁ ମଧ୍ୟ ଦେଇ ଅ˚ଳାଭଟ୍ଟା କଲୋନୀ (ଏକମ୍ବା ସରକାରୀ ଉଚ୍ଚବିଦ୍ୟାଳୟର ପାଚେରୀ) ପର୍ଯ୍ୟନ୍ତ ଯାଉଛି। ତେବେ ଚିହ୍ନଟ କରାଯାଇଥିବା ଗ୍ରାମ ଗ୍ରାମ ଗୁଡିକୁ ପ୍ରଶାସନିକ ଅଧିକାରୀ ମାନେ ଯାଇ ବୁଝା ସୁଝା କରିବା ସହ ଅଧିଗ୍ରହଣ ବାବଦର ସରକାରୀ ଟଙ୍କା ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ଆଜିର ବୈଠକରେ ଆଲୋଚନା କରିଛନ୍ତି।
ଅପରପକ୍ଷରେ ଗତ ଏକ ବର୍ଷ ହେଲା ରାଜ୍ୟ ସରକାରଙ୍କ ନିକଟ୍କୁ ୨୪୨ ଏକର ଜମି ଅଧିଗ୍ରହଣ କରିବା ପାଇଁ ଅନୁମୋଦନ ପାଇଁ ଯାଇଥିବା ବେଳେ ସେଠାରୁ ବର୍ତ୍ତମାନ ସବୁଜ ସଙ୍କେତ ମିଳିଛି। କେନ୍ଦ୍ର ସରକାରଙ୍କ ଉଡାନ ଯୋଜନାରେ ଏହି ବିମାନ ବନ୍ଦର ନିର୍ମାଣ ସହ ବିମାନ ଚଳାଚଳ କରୁଥିବା ରୁ ୨ସି ରୁ ୩ସି କୁ ପରବର୍ତ୍ତି ପ୍ରକିୟା ପାଇଁ ଡବଲଇଞ୍ଜିନ ସରକାର ଅନୁମୋଦନ କରିବେ ବୋଲି ଅଞ୍ଚଳବାସୀ ଆଶା ରଖିଥିଲେ। ସୂଚନା ଅନୁଯାୟୀ ୯ ସିଟ ବିଶିଷ୍ଟ ଦୁଇଟି ବିମାନ ଚଳାଚଳ କରୁଛି। ପ୍ରଥମେ ଗୋଟିଏ ସପ୍ତାହକରେ ୭ଦିନ ଚାଲୁଥିବା ବେଳେ ଆଉ ଗୋଟିଏ ଦୁଇଦିନ ଚାଲୁଥିଲା। ଯାହା ଫଳରେ ଯାତ୍ରୀଙ୍କୁ ସିଟ ମିଲିପାରୁନଥିଲା। ତେଣୁ ରାଜ୍ୟ ସରକାର ପୁଣି ଥରେ ଉଭୟ ବିମାନକୁ ପ୍ରତିଦିନ ଚଲାଇବା ପାଇଁ ପରାମର୍ଶ ଦେଇଛନ୍ତି। ଯାହା ଫଳରେ ଭୁବନେଶ୍ବର ଠାରୁ ଜୟପୁର କୁ ଲୋକେ ବିନା ଟେନସନରେ ଯାତାୟତ କରିପାରୁଛନ୍ତି। ସେହିପରି ଜୟପୁର ଠାରୁ ବିଶାଖାପାଟଣା ପର୍ଯ୍ୟନ୍ତ ମଧ୍ୟ ବିମାନ ଚଳାଚଳ କରିବାରୁ କିଛି ଲୋକ ଉପକୃତ ହୋଇପାରିଛନ୍ତି। ଆଗାମୀ ଦିନରେ ଅଧିକା ସିଟ ବିମାନ ଚଳାଚଳ କଲେ ଯାତ୍ରୀ ପରିବହନ ସୁବମ ହେବା ସାଙ୍ଗକୁ ବ୍ୟବସାୟୀକ ଦୃଷ୍ଟି କୋଣରୁ ବି ଅ˚ଚଳର ବିକାଶ ହୋଇ ପାରିବ ବୋଲି ବିଭିନ୍ନ ମହଲରେ ଦାବି ହୋଇଥିଲା। ଏହା ପରେ କେନ୍ଦ୍ର ଓ ରାଜ୍ୟ ସରକାର ଏହି ବିମାନବନ୍ଦରକୁ ୨ସି ବର୍ଗରୁ ୩ସି ବର୍ଗରେ ପରିଣତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଥିଲେ। ସଂପ୍ରତି ୧୨୪ଏକର ପରିମିତ ପରିଧିରେ ବିମାନବନ୍ଦର ରହିଛି। ଏବେ ରନୱେ ୧୨୦୦ମିଟର ଲମ୍ବର ରହିଛି। ଗୋଟିଏ ପାର୍ଶ୍ବରେ କେନାଲ ଉପରେ ୩୦ ମିଟରର ୭ଟି ଟନେଲ ମଧ୍ୟରୁ ୫ଟି ଟନେଲର କାମ ସରିଛି। ଆଉ ୨ଟିର କାମ ଶେଷ ପର୍ଯ୍ୟାୟରେ ରହିଛି। ୨ସିରୁ ୩ସିକୁ ଗଲେ ରନୱେ ଆହୁରି ୧୫୦୦ମିଟର ଲମ୍ବ ଓ ୩୦୦ମିଟର ଓସାର ବୃଦ୍ଧି ପାଇବ। ଏହି ପାଇଁ ରାଜ୍ୟସରକାରଙ୍କ ନିର୍ଦ୍ଦେଶରେ ଜିଲ୍ଲାପ୍ରଶାସନ ପକ୍ଷରୁ ପୁର୍ତ୍ତବିଭାଗ କେତେ ଟଙ୍କାର ଖର୍ଚ୍ଚ ଆସିବ ତାହାର ଡିପିଆର କରି ଅଟକଳ କରିଛନ୍ତି। ରନୱେ ବୃଦ୍ଧି ପାଇଁ ଆଉ ସର୍ଭେ କରି ୨୪୨ଏକର ଜମିକୁ ଚିହ୍ନଟ ସରିଛି। ଜମି ଅଧିଗ୍ରହଣ ପରେ କ୍ଷତିପୁରଣ ପ୍ରଦାନ ଓ ରନୱେ ସଂପ୍ରସାରଣ ପାଇଁ ଡିଜାଇନ୍ ଓଖର୍ଚ୍ଚ ଆଦିର ଅନୁମୋଦନ କରିବାକୁ ରାଜ୍ୟସରକାରଙ୍କ ନିକଟକୁ ପ୍ରସ୍ତାବ ଯାଇଥିବା ସୂଚନା ମିଳିଛି। ଅପରପକ୍ଷରେ ବିମାନବନ୍ଦରକୁ ଏନଏଚ୍ ୨୬ସହ ସଂଯୋଗ କରୁଥିବା ରାସ୍ତାର ଦୁଇ ପାର୍ଶ୍ବ ପ୍ରାୟ କିଲୋମିଟର ସଂପ୍ରସାରଣ ସହ ପ୍ରଶସ୍ତିକରଣ କରିବା ପାଇଁ ୧୦ଜଣ ଜମି ମାଲିକଙ୍କ ବର୍ଷକୁ ୨ଟି ଚାଷ କରୁଥିବା ୩.୫ଏକର ଜମି ଅଧିଗ୍ରହଣ କରାଯାଇଥିଲା। ତାସାଙ୍ଗକୁ ବିମାନବନ୍ଦରର ଆବଡ଼ାଖାବଡ଼ା ପରିଧି ସଜାଡିବା ପାଇଁ ସଉରାଗୁଡା ଓ ବାଙ୍କବିଜାର ୧୫ଜଣ ହିତାଧିକାରୀଙ୍କର ୧୦ଏକର ୭୫ସେଣ୍ଟ ଜମି ଅଧିଗ୍ରହଣ କରାଯାଇଥିଲା। ଏହି ହିତାଧିକାରୀମାନେ ଏଯାଏଁ କ୍ଷତିପୁରଣ ପାଇ ନାହାନ୍ତି। ରନୱେ ସଂପ୍ରସାରଣ ପାଇଁ ଜମି ଅଧିଗ୍ରହଣ ପାଇଁ ଜମି ଚିହ୍ନଟ କରି ଖୁଣ୍ଟ ପୋତି ଦିଆଯାଇଛି।
ଆଜିର ଏହି ବୈଠକରେ ଜିଲ୍ଲାପାଳ ଭି କିର୍ତ୍ତୀଭାସନ, ଅତିରିକ୍ତ ଜିଲ୍ଲାପାଳ ଆଲମଣୀ ସେଠି, ଉପ ଜିଲ୍ଲାପାଳ ଏ. ସସ୍ୟାରେଡ୍ଡୀଙ୍କ ସମେତ ପୂର୍ତ୍ତ ବିଭାଗ କର୍ମଚାରୀ ଉପସ୍ଥିତ ଥିଲେ।