BIG NEWS
କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ କୋଟି ଟଙ୍କା ଆକଳନ
ବଜେଟ୍‌ ଗରିବ ବିରୋଧି : କଂଗ୍ରେସ
କର୍ପୋରେଟ ଜଗତ ପାଇଁ ଏହି ବଜେଟ, ସାଧାରଣ ଜନତା ଉପେକ୍ଷିତ: ଭକ୍ତ

ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଅନୁଗୋଳ ଓ ଢେଙ୍କାନାଳରେ ୭୦୦୦ ବୃକ୍ଷରୋପଣ

FMNEWS.IN 17-09-2025
Tata Steel Meramandali plants 7000 trees in Angul and Dhenkanal

(FM News): ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗିତାରେ ବୃକ୍ଷରୋପଣ ଅଭିଯାନ ଆୟୋଜିତ ହୋଇଯାଇଛି। ଏକ୍ ପେଡ୍ ମା କେ ନାମ: ୨.୦ ଅଭିଯାନ ଅଧୀନରେ ୭୦୦୦ ବୃକ୍ଷରୋପଣ କରାଯାଇଛି। ଟିଏସ୍ଏମ୍ର କର୍ମଚାରୀ ସ୍େଚ୍ଛାସେବୀମାନେ ଉତ୍ସାହର ସହ ଏହି ଅଭିଯାନରେ ଭାଗ ନେଇ ଅନୁଗୋଳ ମ୍ୟୁନିସିପାଲିଟି ଅଞ୍ଚଳ, ବଅଁରପାଳ ପାରିପାଶ୍ିର୍କ ଅଞ୍ଚଳରେ ଥିବା ବିଭିନ୍ନ ସ୍କୁଲ ଏବଂ ଢେଙ୍କାନାଳର ଓଡ଼ାପଡ଼ା ବ୍ଲକ୍ରେ ଥିବା ଟିଏସ୍ଏମ୍ ଜୈବବିବିଧତା ପାର୍କରେ ଚାରା ରୋପଣ କରିଥିଲେ।

ଆଜି କାର୍ଯ୍ୟକ୍ରମରେ ଅନୁଗୋଳ ମ୍ୟୁନିସପାଲିଟି ଅଧ୍ୟକ୍ଷ ଶ୍ରୀ ଅକ୍ଷୟ ସାମନ୍ତ, ଉପାଧ୍ୟକ୍ଷା ଅନୁପମା ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ଏବଂ ଟାଟା ଷ୍ଟିଲ୍ କର୍ପୋରେଟ୍ ସେବା ମୁଖ୍ୟ ମୋହିତ ଦାସ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅଭିଯାନରେ ଅନୁଗୁଳରେ ପ୍ରାୟ ୧ ହଜାର ଓ ଢେଙ୍କାନାଳରେ ୬୦୦୦ ବୃକ୍ଷରୋପଣ କରାଯାଇଛି। ଗତ ସପ୍ତାହରୁ ଆରମ୍ଭ ହୋଇଥିବା ଏହି ବୃକ୍ଷରୋପଣ ଅଭିଯାନ ପରିବେଶ ପ୍ରତି ରହିଥିବା ଦାୟିତ୍ ଏକ ମଜବୁତ ମିଳିତ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଟିଏସ୍ଏମ୍ ପ୍ଲାଣ୍ଟ ପରିପାର୍ଶ୍ିକ ଅଂଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।