- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଅନୁଗୋଳ ଓ ଢେଙ୍କାନାଳରେ ୭୦୦୦ ବୃକ୍ଷରୋପଣ
(FM News): ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍) ପକ୍ଷରୁ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ସହଯୋଗିତାରେ ବୃକ୍ଷରୋପଣ ଅଭିଯାନ ଆୟୋଜିତ ହୋଇଯାଇଛି। ଏକ୍ ପେଡ୍ ମା କେ ନାମ: ୨.୦ ଅଭିଯାନ ଅଧୀନରେ ୭୦୦୦ ବୃକ୍ଷରୋପଣ କରାଯାଇଛି। ଟିଏସ୍ଏମ୍ର କର୍ମଚାରୀ ସ୍ୱେଚ୍ଛାସେବୀମାନେ ଉତ୍ସାହର ସହ ଏହି ଅଭିଯାନରେ ଭାଗ ନେଇ ଅନୁଗୋଳ ମ୍ୟୁନିସିପାଲିଟି ଅଞ୍ଚଳ, ବଅଁରପାଳ ପାରିପାଶ୍ୱିର୍କ ଅଞ୍ଚଳରେ ଥିବା ବିଭିନ୍ନ ସ୍କୁଲ ଏବଂ ଢେଙ୍କାନାଳର ଓଡ଼ାପଡ଼ା ବ୍ଲକ୍ରେ ଥିବା ଟିଏସ୍ଏମ୍ ର ଜୈବବିବିଧତା ପାର୍କରେ ଚାରା ରୋପଣ କରିଥିଲେ।
ଆଜି କାର୍ଯ୍ୟକ୍ରମରେ ଅନୁଗୋଳ ମ୍ୟୁନିସପାଲିଟି ଅଧ୍ୟକ୍ଷ ଶ୍ରୀ ଅକ୍ଷୟ ସାମନ୍ତ, ଉପାଧ୍ୟକ୍ଷା ଅନୁପମା ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ ଏବଂ ଟାଟା ଷ୍ଟିଲ୍ କର୍ପୋରେଟ୍ ସେବା ମୁଖ୍ୟ ମୋହିତ ଦାସ ଅତିଥି ଭାବେ ଯୋଗ ଦେଇଥିଲେ।
ଏହି ଅଭିଯାନରେ ଅନୁଗୁଳରେ ପ୍ରାୟ ୧ ହଜାର ଓ ଢେଙ୍କାନାଳରେ ୬୦୦୦ ବୃକ୍ଷରୋପଣ କରାଯାଇଛି। ଗତ ସପ୍ତାହରୁ ଆରମ୍ଭ ହୋଇଥିବା ଏହି ବୃକ୍ଷରୋପଣ ଅଭିଯାନ ପରିବେଶ ପ୍ରତି ରହିଥିବା ଦାୟିତ୍ଵର ଏକ ମଜବୁତ ମିଳିତ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ଟିଏସ୍ଏମ୍ ପ୍ଲାଣ୍ଟ ପରିପାର୍ଶ୍ଵିକ ଅଂଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।