- ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା
- ଅର୍ଥନୈତିକ ସର୍ଭେ ରିପୋର୍ଟ : ରାଜ୍ୟରେ ଉତ୍ପାଦନ କ୍ଷେତ୍ର ୮.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ
- ଚଳିତ ଆର୍ଥିକ ବର୍ଷର ୧୦ ମାସ ପରେ ମଧ୍ୟ ଓଡ଼ିଶା ସରକାର ୫୦ ପ୍ରତିଶତରୁ ଅଧିକ ବଜେଟ ରାଶି ଖର୍ଚ୍ଚ କରିପାରିନାହାନ୍ତି : କ...
- ଶିଳ୍ପ ସଂସ୍ଥାଙ୍କ ଠାରୁ ଦେଢ଼ଲକ୍ଷ କୋଟି ଟଙ୍କା ସରକାର ଅସୁଲ କରୁନାହିଁ କାହିଁକି? : ଭକ୍ତ
- କେନ୍ଦ୍ରୀୟ ବଜେଟ୍ ଉପସ୍ଥାପିତ : ଅଣ-ଋଣ ପ୍ରାପ୍ତି ଏବଂ ମୋଟ ବ୍ୟୟ ଯଥାକ୍ରମେ 36.5 ଲକ୍ଷ କୋଟି ଟଙ୍କା ଏବଂ 53.5 ଲକ୍ଷ ...
ରୌପ୍ୟ ଜୟନ୍ତୀ ସମାରୋହ ପାଇଁ ସୋନପୁର ବ୍ଲକରେ ପଏଁରୀ ତିହାର ସାଂସ୍କୃତିକ କାର୍ଯ୍ୟକ୍ରମ
ସୁବର୍ଣ୍ଣପୁର- ସୋନପୁର ବ୍ଲକର ରାଏପାଲି ଗ୍ରାମରେ ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ର ରୌପ୍ୟ ଜୟନ୍ତୀ ସମାରୋହ ଅବସରରେ ବ୍ଲକ ସ୍ତରୀୟ ପଏଁରୀ ତିହାର ଧୁମାଧାମରେ ପାଳନ କରାଯାଇଛି । ସୋନପୁର ବ୍ଲକ କଳା ସଂସ୍କୃତି ସଂଘର ଉପ-ସଭାପତି ଶ୍ରୀ ନନ୍ଦକାହ୍ନ ପୂଝାରୀ ଙ୍କ ସଭାପତିତ୍ୱରେ ରାଏ ପାଲି ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସଭା ଅନୁଷ୍ଠିତ ହୋଇଥିଲା । ଗାଁ ଗାଁ ରେ ଲୁଚି ଯାଉଥିବା ଲୋକକଳା ଓ କଳାକାର ମାନଙ୍କ ପ୍ରତିଭା କୁ ଲୋକଲୋଚନକୁ ଆଣିବା ଏବଂ ସେମାନଙ୍କୁ ପଏଁରୀ ତିହାର (ପାରମ୍ପରିକ ଲୋକନୃତ୍ୟ ଓ ସଂଗୀତ ଉତ୍ସବ) ମଂଚରେ ସ୍ଥାନ ଦେଇ ତାଙ୍କର କଳା ପରିବେଷଣ କରି ସମ୍ମାନ କରିବା ହେଉଛି ଏହି ତିହାର ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ଅନୁଷ୍ଠାନର ସଂପାଦକ ତଥା ଲୋକକଳା ଗବେଷକ, ନୃତ୍ୟ ନିର୍ଦ୍ଦେଶକ ଚୌଧୁରୀ ବିଭାର ସୂଚନା ପ୍ରଦାନ କରିଥିଲେ । ଏହି ସଭାରେ ମୁଖ୍ୟ ଅତିଥି ବିଶେଶ୍ୱର ରାୟ, ଜମିଦାର, ସଭାପତି ଲଡୁକିଶୋର ମଲ୍ଲିକ, ଉପ ସଭାପତି ପ୍ରଫୁଲ୍ଲ ନାଏକ, ସହ-ସଂପାଦକ ପୃଥିରାଜ ବାଗ, କାର୍ଯ୍ୟକାରୀ ସଭ୍ୟ ସୌମ୍ୟରଞ୍ଜନ ସେଠି, ବରିଷ୍ଠ ସଦସ୍ୟ ଗୋପାଳ ମେହେର ଉପସ୍ଥିତ ଥିଲେ । ଅନୁଷ୍ଠାନର ତରଫରୁ ଶ୍ରୀ ନନ୍ଦକାହ୍ନ ପୂଝାରୀ ଙ୍କୁ ପଏଁରି କଳା ସମ୍ମାନରେ ସମ୍ମାନିତ କରାଯାଇଥିଲା l ଏହି ତିହାରରେ ବ୍ଲକ ର ଶତାଧିକ କଳାକାର ସାମିଲ ହେଇ ଲୁଚିଯାଇଥିବା କଳା ଶୋଳ ସୁଆଙ୍ଗ ଦଣ୍ଡ ନୃତ୍ୟ , ସଂଚାର, ସଂମ୍ରଦା, ଖଜନୀ, କରମସାନି, ପ୍ରଭା ନୃତ୍ୟ, ନଚନିଆଁ, ଶବର ଶବରନି, ପତର ସଉରା, ଝୁମେର, ରାସରକେଳି, କୀର୍ତ୍ତନ ନୃତ୍ୟ ଆଦି ସୁନ୍ଦର ଭାବରେ ପରିବେଷଣ କରିଥିଲେ । ଶେଷରେ ସହ ସଂପାଦକ ପୃଥିରାଜ ବାଗ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ଅନୁଷ୍ଠାନ ର କଳାକାଁହୁ ଦାସ, ସୁରୁବାବୁ ସାହୁ, ଆକାଶ ସାହୁ, ଦେବଦତ୍ତ ବଗର୍ତି, ଧର୍ମପଦ ବଢ଼େଇ ଓ ପୁଷ୍ପା ସୁନା ସହଯୋଗ କରିଥିଲେ l ତିହାରରେ ଶତାଧିକ ଦର୍ଶକ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଭରପୁର ମଜା ନେଇଥିଲେ l