- କଂଗ୍ରେସ ସଂଗଠନ ସୃଜନ ଅଭିଯାନ : ତୃତୀୟ ଦିନରେ ଓଡିଶା ପହଁଞ୍ଚିଲେ ୭ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
- 2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ- ରାଜସ୍ୱ ମନ୍ତ୍ରୀ
- ‘ଭୋଟର ଅଧିକାର ଯାତ୍ରା’ ବିପ୍ଲବ ସମଗ୍ର ଦେଶକୁ ବ୍ୟାପିବ: ରାହୁଲ ଗାନ୍ଧୀ
- ନଭେମ୍ବର କିମ୍ବା ଡିସେମ୍ବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ
- ମୁଖ୍ୟମନ୍ତ୍ରୀ ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳକୁ ନିସର୍ତ କ୍ଷମା ମାଗନ୍ତୁ
ଢେଙ୍କାନାଳରେ ‘କପିଳାସ ହାଫ୍ ମାରାଥନ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ହାତୀ ସୁରକ୍ଷା ଓ ପରିବେଶ ସଚେତନତା ଦିଗରେ ସାଧୁ ଉଦ୍ୟମ - ଧର୍ମେନ୍ଦ୍ର ପ୍ରଧାନ
ଢେଙ୍କାନାଳ, ଜାନୁଆରୀ ୧୧- ଢେଙ୍କାନାଳ କପିଳାସ ଅଭୟାରଣ୍ୟର ସବୁଜ ସୁନ୍ଦର ପରିବେଶରେ ଶନିବାର କେନ୍ଦ୍ର ଶିକ୍ଷା ମନ୍ରୀ୍ଯ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ କପିଳାସ ହାଫ୍ ମାରାଥନ ଦ୍ୱିତୀୟ ସଂସ୍କରଣର ଶୁଭାରମ୍ଭ ହୋଇଯାଇଛି । ହାତୀ ସୁରକ୍ଷା ଓ ପରିବେଶ ସୁରକ୍ଷାର ସଚେତନତା ସୃଷ୍ଟି କରାଇବାରେ ଏହାକୁ ସାଧୁ ଉଦ୍ୟମ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ କପିଳାସ ହାଫ୍ ମାରାଥନର ଦ୍ୱିତୀୟ ସଂସ୍କରଣକୁ ଶୁଭାରମ୍ଭ କରିବା ସହ ମାରାଥନରେ ସାମିଲ ହୋଇ ଆନନ୍ଦିତ । ଜୈବ ବିବିଧତାରେ ପରିପୂର୍ଣ୍ଣ କପିଳାସର ସଂରକ୍ଷଣ ଏବଂ ଗଜରାଜଙ୍କ ସୁରକ୍ଷା ଦିଗରେ ସାମାଜିକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏଭଳି କାର୍ଯ୍ୟକ୍ରମର ଆୟୋଜନ ସ୍ୱାଗତଯୋଗ୍ୟ । ଏହି ହାଫ୍ ମାରାଥନରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଯୁବବର୍ଗ ଓ ବରିଷ୍ଠ ଲୋକମାନେ ଭାଗ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫିଟ୍ ଇଣ୍ଡିଆର ଆହ୍ୱାନ କ୍ରମେ ଏହି ମାରାଥନ ସମାଜରେ କେବଳ ସୁସ୍ଥ ଜୀବନଶୈଳୀ ଓ ଫିଟନେସକୁ ପ୍ରୋତ୍ସାହିତ କରିବ ନାହିଁ ବରଂ ସମାଜରେ ପରିବେଶ ସୁରକ୍ଷା ଓ ପର୍ଯ୍ୟଟନର ବିକାଶରେ ମଧ୍ୟ ସଚେତନ କରାଇବ । ଏହି ମାରାଥନ, କପିଳାସକୁ ବିଶ୍ୱ ପର୍ଯ୍ୟଟନ ତଥା ମାରାଥନ ଦୌଡ଼ର ଏକ ପ୍ରମୁଖ ସ୍ଥଳ ଭାବରେ ପ୍ରତିଷ୍ଠିତ କରାଇବାରେ ସହାୟକ ହେବ ।
ଆମର ପ୍ରାଚୀନ ପରମ୍ପରା, ସଂସ୍କୃତି ଓ ଆଧ୍ୟାତ୍ମିକ କ୍ଷେତ୍ରରେ ଐରାବତ ବା ହାତୀର ସ୍ଥାନ ସ୍ୱତନ୍ତ୍ର । ହାତୀ ହେଉଛି ଆମର ଐତିହ୍ୟ ପ୍ରାଣୀ । ଗଜରାଜଙ୍କ ସୁରକ୍ଷା ତଥା ମନୁଷ୍ୟ ଓ ହାତୀ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଦିଗରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଢେଙ୍କାନାଳରେ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଆୟୋଜିତ ଏହି ମାରାଥନ ପ୍ରଶଂସନୀୟ । କପିଳାସ ଏକ ପର୍ଯ୍ୟଟନ ଭିତ୍ତିକ ସ୍ଥାନ । ଏଠାରେ କିପରି ପର୍ଯ୍ୟଟନ ଭିତ୍ତିଭୂମି ଏବଂ ପର୍ଯ୍ୟଟକଙ୍କ ପାଇଁ ସୁବିଧା ତ୍ୱରାନ୍ୱିତ ହେବ, ସେଥିପ୍ରତି ଆମେ ସମସ୍ତେ ଦାୟିତ୍ୱ ନେବା ଦରକାର । ଆକାଂକ୍ଷୀ ଜିଲ୍ଲା ଢେଙ୍କାନାଳର ସଂସ୍କୃତି, ଐତିହ୍ୟର ସଂରକ୍ଷଣ ସହ ଜିଲ୍ଲାର ସର୍ବାଙ୍ଗୀନ ବିକାଶ କରିବା ପାଇଁ ଡବଲ ଇଞ୍ଜିନ ସରକାର ବଦ୍ଧପରିକର ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।