ରାଉରକେଲାରେ ଆତଙ୍କ ସୃଷ୍ଟି କରିଛି ବେଦାନ୍ତ ପାଉଁଶ, ଚିନ୍ତାରେ ଅର୍ଫାନ ଆଶ୍ରମ ଅନ୍ତେବାସୀ ଓ ବସ୍ତି ବାସିନ୍ଦା

FMNEWS.IN 10-01-2026
Vedanta Paunsh has created terror in Rourkela, orphan asylum boarders and slum dwellers are worried

ରାଉରକେଲା, ୧୦ ଜାନୁଆରୀ - ରାଉରକେଲା ଭିତରେ ଝାରସୁଗୁଡାରେ ଥିବା ବେଦାନ୍ତା କାରଖାନାର ବର୍ଜ୍ୟ ପାଉଁସ। ଯିଏ ଶୁଣୁଛି ସିଏ ଆଶ୍ଚର୍ଯ୍ୟ ହେଉଛି ଦେଢଶହ କିଲୋମିଟର ଦୂରରେ ଥିବା ଏହି ବେଦାନ୍ତ କାରଖାନାର ବିଶାକ୍ତ ବର୍ଜ୍ୟ ପାଉଁଶ ରାଉରକେଲାରେ ଥିବା ଖାଲିଥିବା ଯାଗାରେ କିପରି ପହଁଚିଲା ? ସୁନ୍ଦରଗଡ ଜିଲ୍ଲାପାଳ ଓ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଏଯାଏ ନିରବ କାହିଁକି ବୋଲି ପ୍ରଶ୍ନ ହେଉଛି । ଏନେଇ ପାଖରେ ଥିବା ଅର୍ଫାନ ପିଲାଙ୍କର ଦୁଇଟି ଆଶ୍ରମ, ଭିଲେଜ ଓ ପାଖଆଖର ଲୋକେ ଏବେ ଚିନ୍ତାରେ ଥିବାବେଳେ ଏନେଇ ରାଉରକେଲାର ଏସଓଏସ ଭିଲେଜ ପକ୍ଷରୁ ଏନେଇ ସୁନ୍ଦରଗଡ ଏଡିଏମଙ୍କୁୁ ଚିଠି ଦିଆଜିବାରେ କୌଣସି ସୁଫଳ ନମିଳିବାରୁ ସେହି ଅଁଚଳରେ ଥିବା ଅର୍ଫାନ ଆଶ୍ରମ ସଂସ୍ଥା ମାନେ ସୁନ୍ଦରଗଡ ଜିଲ୍ଲାପାଳଙ୍କ ଦୃଷ୍ଟି ଅକର୍ଷଣ ଲାଗି ପ୍ରସ୍ତୁତ ହେଉଛନ୍ତି, ଏତିକି ବେଳେ ରାଉରକେଲା ଓ ରଘୁନାଥପାଲ୍ଲୀର ବିଜେପି ଓ ବିଜେଡି ବିଧାୟକ ଦ୍ଵୟ ଏନେଇ ନିରବ ରହିବା କଥାରେ ସାଧାରଣରେ କୁହାଯାଉଛି, ଏ ଦୁହେଁ ବେଦାନ୍ତ ପ୍ରେମରେ ପଡିଯାଇନାହାନ୍ତି ତ। ଅନ୍ୟପକ୍ଷରେ ରାତି ୨ଟାରେ ଚୋର ଭଳି ବେଦାନ୍ତ ତାର ବର୍ଜ୍ୟ ପାଉଁଶକୁ ଆଣି ରାସ୍ତା କଡରେ ନିର୍ମାଣ ହେବାକୁ ଥିବା ଇ ବସ ଟର୍ମିନାଲ ଖାଲ ଖମାରେ ପକାଇବା କଥାକୁ ନେଇ କେହି କିଛି ଜାଣି ପାରିଲେ ନାହିଁ ବୋଲି ଏବେ ସାଧାରଣରେ ପ୍ରଶ୍ନ ହୋଇଛି ।

ଖବରରୁ ଜଣାପଡିଛି ଯେ, ରାଉରକେଲା ସହର ଲାଗି ଛେଣ୍ଡ ପାଖରେ ଖାଲିଥିବା ପ୍ରାୟ ୪ ଏକର ଜାଗା ଉପରେ ଇ ବସ ଟର୍ମିନାଲ ନିର୍ମାଣ ଲାଗି ରାଜ୍ୟ ସରକାର ଓ କୃଟ ବସ ଚଳାଚଳ ସଂସ୍ଥା ଡିବିସିଏଲ ନାମକ ଭୁବନେଶ୍ୱର ପଟିଆର ଏକ ଠିକା ସଂସ୍ଥାକୁ ଦିଆଯାଇଥିଲା । ପ୍ରାୟ ୨୫ କୋଟି ଟଙ୍କାର ଏହି ପ୍ରକଳ୍ପକୁ ଏହି ସଂସ୍ଥା ଜୁଲାଇ ୨୦୨୬ ସୁଦ୍ଧା କାମ ସଂପୁର୍ଣ କରିବା କଥା କିନ୍ତୁ କାମ ଏଯାଏ ସେମିତି ଆଖିଦୃଶିଆ ଭାବେ ଏହି କାମ ଆଗେଇ ନାହିଁ । କିନ୍ତୁ, ପ୍ରକଳ୍ପ ଲାଗି ଖାଲି ଥିବା ଯାଗାରେ ଥିବା କିଛି ଖାଲ ଖମା ଯାଗାରେ ରାତି ଅଧିଆ ଝାରସୁଗୁଡା ଅଁଚଳର ବେଦାନ୍ତ କାରଖାନାର ବିଶାକ୍ତ ପାଉଁଶକୁ ପକାଜିବା ନେଇ ଏବେ ସହରରେ ଲୋକଙ୍କ ଭିତରେ ଅସନ୍ତୋଷ ଦେଖାଯିବା ସହ ପାଖରେ ଥିବା ଆଶ୍ରମ ଅନ୍ତେବାସୀ ଚିନ୍ତାରେ ପଡିଛନ୍ତି । ଅନୁସଂଧାନରୁ ଜଣାପଡିଛି ଯେ, ବସ ଟର୍ମିନାଲକୁ ଲାଗିଥିବା ଯାଗଟି ପୁରା ଖାଲ ଖମାରେ ରହିଛି। ଲକ୍ଷ ଲକ୍ଷ ଟନ ମାଟି ଏହି ଯାଗା ଲାଗି ଦରକାର। ଏଥିଲାଗି ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ ହେବା କଥା, ହେଲେ କାମ ନେଇଥିବା ସଂସ୍ଥାର ସ୍ଥାନୀୟ ପ୍ରକଳ୍ପ ମୁଖ୍ୟ ଏହି ଖାଲ ଖମା ପୁରଣ ଲାଗି ବାଲି କିମ୍ବା ମାଟିର ବ୍ୟବହାର କରିନଥିବା ବେଳେ ଏହି କାମର କିଛି ଅଂଶରେ ଏହି ପାଉଁଶ ପଡିବା ଘଟଣା ପ୍ରଥମେ ପ୍ରକଳ୍ପ ମୁଖ୍ୟ ରାଉରକେଲାଙ୍କ ଉପରେ ସନ୍ଦେହ ସୃଷ୍ଟି କରିଛି । ତା ଛଡା ରାଉରକେଲା ଓ ରଘୁନାଥପାଲ୍ଲୀ ବିଧାୟକ ଏନେଇ ଏ ଘର ମାଉସୀ ସେ ଘର ପିୟୁସି ନୀତି ଆପଣେଇବା ଓ ନିରବ ରହିବା କଥା ସେମାନଙ୍କ ଉପରେ ଲୋକଙ୍କର ଅଧିକ ସନ୍ଦେହ ସୃଷ୍ଟି କରିଛି । କାରଣ ରାଉରକେଲାରେ ଏହି ପ୍ରକଳ୍ପ ଲାଗି ହଜାର ହଜାର ଟନ ମାଟିର କିମ୍ବା ବାଲିର ଆବଶ୍ୟକତା ରହିଛି, ଏଥିଲାଗି ବହୁତ ଟଙ୍କା ଦରକାର, ଏହାର ସୁଯୋଗ ନେଇ ବେଦାନ୍ତ ସହ କଥା ହୋଇ ଟନ ପିଛା ୧୨ ହଜାର ପକେଟସ୍ଥ କରି କେହି ବ୍ୟକ୍ତି ମାଗଣାରେ ଏହି ବର୍ଜ୍ୟ ପାଉଁଶ ଏହି ଅଁଚଳରେ ପକାଇବା ଲାଗି ଯୋଜନା କରିଥିଲା ବୋଲି କୁହାଯାଉଛି । କାରଣ ଏହି ପାଉଁଶ ପକାଇବା ଲାଗି ଆଉ ବେଦାନ୍ତ ପାଖରେ ଯାଗା ନାହିଁ ତେଣୁ ସେ ନିଜ ଖର୍ଚ୍ଚରେ ଓଲଟି ଟନରେ ୧୨ ହଜାର ଦେଇ ପାଉଁଶକୁ ଚାରିଆଡେ ପଠାଇ ଦେଉଛି । ଏଭଳି ସ୍ଥିତିର କେହି ଫାଇଦା ନେଇଛି, ଫଳରେ ପାଖରେ ଥିବା ଏସଓଏସ ଭିଲେଜ ପିଲା ଓ ଆଉ ଏକ ବିକଳାଙ୍ଗ ପିଲାଙ୍କ ଆଶ୍ରମ ବାଲା ଆତଙ୍କିତ ହେବା ସହ ପାଖଆଖର ଲୋକେ ଛାନିଆ ହୋଇପଡିଛନ୍ତି , କାରଣ ଏହି ପାଉଁଶ ମାଟି ଭିତରେ ଭିତରେ ପାଣିକୁ ମଧ୍ୟ ନଷ୍ଟ କରିଦେବ ବୋଲି ବିଚାର କରାଯାଉଛି । କିନ୍ତୁ, ଆଶ୍ଚର୍ଯ୍ୟର ବିଷୟ ଯେ , ଏଯାଏଁ ପ୍ରଶାସନ ଜାଣିପାରିଲାନି ଏହି କାରବାର କରିଛି କିଏ ଓ କଣ ଏହାକୁ ନେଇ କାର୍ଯ୍ୟନୁଷ୍ଠାନ ହେବ । ଏଭଳି ପାଉଁଶ ପକାଇବା ନେଇ ନିକଟ ଅତିତରେ ଏହି ସଂସ୍ଥାକୁ କୋଟି କୋଟି ଟଙ୍କାର ଜରିମାନା କରିଛି ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ।