- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଏମ୍ସିଏଲ୍ ମୁଖ୍ୟାଳୟରେ ବିଶ୍ୱ ହିନ୍ଦୀ ଦିବସ ପାଳିତ
ସମ୍ବଲପୁର, ୧୬ ଜାନୁଆରୀ- ମହାନଦୀ କୋଇଲାକ କମ୍ପାନୀ ଏମ୍ସିଏଲ୍ ଠାରେ ବିତ୍ତ ନିର୍ଦ୍ଦେଶକ ଅଜିତ କୁମାର ବେହୁରାଙ୍କ ଅଧ୍ୟକ୍ଷତାରେ ବିଶ୍ୱ ହିନ୍ଦୀ ଦିବସ ଅବସରରେ ରାଜଭାଷା ସଂଗୋଷ୍ଠୀ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଶିଷ୍ଟ ସାହିତ୍ୟିକ ଡ. ପ୍ରେମଶଙ୍କର ତିୱାରୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଭାରତୀୟ ସଂସ୍କୃତି ଓ ହିନ୍ଦୀର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ସେ କହିଲେ ଯେ, ହିନ୍ଦୀ କେବଳ ଭାରତର ନୁହେଁ ଫିଲିପାଇନ୍ସ, ନେପାଳ, ସୁରିନାମ, ଫିଜି, ପାକିସ୍ଥାନ, ତ୍ରିନିଦାଦ, ପ୍ରଭୃତି ଦେଶରେ ବ୍ୟବହାର କରାଯାଉଛି । ଭାରତର ବସୁଧୈବ କୁଟୁମ୍ବକମ୍ ସଂସ୍କୃତି ଭଳି ହିନ୍ଦୀ ବିଶ୍ୱକୁ ଏକ ପରିବାରର ସନ୍ଦେଶ ପ୍ରଦାନ କରୁଛି । ହିନ୍ଦୀରେ ବିଭିନ୍ନ ସଂସ୍କୃତି ସନ୍ନିବେଶିତ କରୁଛି ବୋଲି ଡ. ତ୍ରିପାଠୀ କହିଥିଲେ । କମ୍ପାନୀର କାର୍ମିକ ବିଭାଗର ମହାପ୍ରବନ୍ଧକ ନିଳନୀକାନ୍ତ ମିଶ୍ର ସ୍ୱାଗତଭାଷଣ ଦେଇଥିବା ବେଳେ ଶ୍ରୀ ବେହୁରା ହିନ୍ଦୀ ଜରିଆରେ ସାରା ବିଶ୍ୱରେ ଭାରତୀୟ ସଂସ୍କୃତିର ପରମ୍ପରା ଉନ୍ମେଷିତ ଓ ନିଜ ନିଜ କାର୍ଯ୍ୟ କ୍ଷେତ୍ରରେ ହିନ୍ଦୀକୁ ପ୍ରୋତ୍ସାହିତ କରିବା ଉପରେ ସେ ଜୋର୍ ଦେଇଥିଲେ ।