BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ପଶ୍ଚିମବଙ୍ଗରେ 130 କିଲୋ ଗଞ୍ଜେଇ ଜବତ ,ଚାରି ଗିରଫ

FMNEWS.IN 27-12-2024

କୋଲକାତା 27 ଡିସେମ୍ବର-ଗୁପ୍ତ ସୁଚନାକୁ ଆଧାର କରି ପଶ୍ଚିମବଙ୍ଗ ଏସଟୀଏଫର ସିଲୀଗୁଡୀ ଇକାଇ ଥାନା ଅଞ୍ଚଳର ଉନ୍ନୀସବୀସା ଅଞ୍ଚଳରେ ହିମଘର ଚୌପଥୀ ନିକଟରେ ଚଢାଉ କରି ଏକ ବାର ଚକିଆ ଟ୍ରକରୁ ଗଞ୍ଜେଇ ଉଦ୍ଧାର କରିଥିଲେ।ଗୁରୁବାର ରାତିରେ ଘଟିଥିବା ଏହି କାର୍ଯ୍ୟରେ ଟ୍ରକରେ ଯାତ୍ରା କରୁଥିବା ଚାରିଜଣଙ୍କୁ ଗିରଫ କରାଯାଇଛି।ଗିରଫ କରାଯାଇଥିବା ଅଭିଯୁକ୍ତଙ୍କ ପରିଚୟ ସଞ୍ଜୁ କୁମାର(32),କମଳ ସିଂହ ଚୌହାନ(38),ଜିତେନ୍ଦ୍ର ସିଂହ(38)ଏବଂ ରାହୁଲ କଶ୍ୟପ(25)ବୋଲି ଜଣାପଡିଛି।ଏମାନେ ସମସ୍ତେ ଉତ୍ତର ପ୍ରଦେଶର ଫରୁଖାବାଦ ଏବଂ ମେନପୁରୀ ଜିଲ୍ଲାର ବାସିନ୍ଦା।ପୋଲିସ ସୁଚନାନୁସାରେ ଜବତ କରାଯାଇଥିବା ଗଞ୍ଜେଇର ବଜାର ମୁଲ୍ୟ ପ୍ରାୟ 30 ଲକ୍ଷ ଟଙ୍କା।ଏସଟୀଏଫର ଏସପୀ ଇନ୍ଦ୍ରଜିତ ବସୁ ଶୁକ୍ରବାର କହଛନ୍ତି ଯେ ଅଭିଯୁକ୍ତ କୁଚବିହାରରୁ ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଏହି ମାଦକ ପଦାର୍ଥ ଚୋରାଚାଲାଣ କରି ବିକ୍ରୟ କରିବାକୁ ଉଦ୍ୟମ କରିଥିଲେ।ଯେତେବେଳେ ଟ୍ରକକୁ ଅଟକାଇ ଖୋଜାଖୋଜି କରାଯାଇଥିଲା,ସେଥିରେ ଲୁଚାଇ ରଖାଯାଇଥିବା 130 କିଲୋ ଗଞ୍ଜେଇ ଉଦ୍ଧାର କରାଯାଇଥିଲା।ଟ୍ରକରେ ରାଜସ୍ଥାନର ପଞ୍ଜୀକରଣ ନମ୍ବର ଥିଲା।