Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଜାନୁୟାରୀ 16 ଗୁଳି ବିନିମୟରେ ମରିଛନ୍ତି 18 ନକ୍ସଲ
FMNEWS.IN
19-01-2025
ଜଗଦଲପୁର, 19 ଜାନୁଆରି: ଛତିଶଗଡର ବିଜାପୁର ଜିଲ୍ଲାର ଜଙ୍ଗଲରେ ନକ୍ସଲଙ୍କ ବିରୁଦ୍ଧରେ ତେଲେଙ୍ଗାନା ସୀମାରେ ଜାନୁୟାରୀ 16ରେ ହୋଇଥିବା ଗୁଳି ବିନିମୟରେ 12 ନୁହେଁ, ବରଂ 18 ନକ୍ସଲଙ୍କ ମୃତ୍ୟୁ ହୋଇଛି । ଏଥିରେ 12ଜଣ ନକ୍ସଲଙ୍କ ଶବ ଜବତ ହୋଇଥିବା ବେଳେ 6ଜଣ ନକ୍ସଲଙ୍କ ଶବ ନକ୍ସଲ ସଙ୍ଗଠନର ଲୋକ ଘଟଣାସ୍ଥଳରୁ ଉଠାଇ ନେଇଥିଲେ । ଶବ ଉଠଇ ନେଇଥିବା ଦାବି ଦକ୍ଷିଣ ବସ୍ତର ଜୋନାଲ କମିଟି ନିଜର ଏକ ପୋଷ୍ଟରରେ କରିଛି । ଜବତ ଶବ ମଧ୍ୟରୁ 10ଟିର ଚିହ୍ନଟ କରାଯାଇଛି । ଏଥିରେ 5ଜଣ ମହିଳା ଅଛନ୍ତି । ମୃତ୍ୟୁବରଣ କରିଥିବା 10 ନକ୍ସଲଙ୍କ ଉପରେ ପ୍ରାୟ 59ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା ।