Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଜାନୁୟାରୀ 16 ଗୁଳି ବିନିମୟରେ ମରିଛନ୍ତି 18 ନକ୍ସଲ
FMNEWS.IN
19-01-2025
ଜଗଦଲପୁର, 19 ଜାନୁଆରି: ଛତିଶଗଡର ବିଜାପୁର ଜିଲ୍ଲାର ଜଙ୍ଗଲରେ ନକ୍ସଲଙ୍କ ବିରୁଦ୍ଧରେ ତେଲେଙ୍ଗାନା ସୀମାରେ ଜାନୁୟାରୀ 16ରେ ହୋଇଥିବା ଗୁଳି ବିନିମୟରେ 12 ନୁହେଁ, ବରଂ 18 ନକ୍ସଲଙ୍କ ମୃତ୍ୟୁ ହୋଇଛି । ଏଥିରେ 12ଜଣ ନକ୍ସଲଙ୍କ ଶବ ଜବତ ହୋଇଥିବା ବେଳେ 6ଜଣ ନକ୍ସଲଙ୍କ ଶବ ନକ୍ସଲ ସଙ୍ଗଠନର ଲୋକ ଘଟଣାସ୍ଥଳରୁ ଉଠାଇ ନେଇଥିଲେ । ଶବ ଉଠଇ ନେଇଥିବା ଦାବି ଦକ୍ଷିଣ ବସ୍ତର ଜୋନାଲ କମିଟି ନିଜର ଏକ ପୋଷ୍ଟରରେ କରିଛି । ଜବତ ଶବ ମଧ୍ୟରୁ 10ଟିର ଚିହ୍ନଟ କରାଯାଇଛି । ଏଥିରେ 5ଜଣ ମହିଳା ଅଛନ୍ତି । ମୃତ୍ୟୁବରଣ କରିଥିବା 10 ନକ୍ସଲଙ୍କ ଉପରେ ପ୍ରାୟ 59ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା ।