- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
୨୩୨ କୋଟି ଟଙ୍କା ଠକେଇ ଅଭିଯୋଗରେ ଏଏଆଇର ବରିଷ୍ଠ ପରିଚାଳକ ରାହୁଲ ବିଜୟ ଗିରଫ
(FM News):- କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଭାରତୀୟ ବିମାନବନ୍ଦର ପ୍ରାଧିକରଣ (ଏଏଆଇ)ର ବରିଷ୍ଠ ପରିଚାଳକ ରାହୁଲ ବିଜୟଙ୍କୁ ପ୍ରାୟ ୨୩୨ କୋଟି ଟଙ୍କା ଠକେଇ ଅଭିଯୋଗରେ ଗିରଫ କରିଛି। ସିବିଆଇ , ଏଏଆଇ ଠାରୁ ଏକ ଅଭିଯୋଗ ପାଇଥିଲା, ଯାହା ଆଧାରରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇଥିଲା।
ସିବିଆଇ ଅନୁଯାୟୀ, ରାହୁଲ ବିଜୟ ଡେରାଡୁନ ବିମାନବନ୍ଦରରେ ପୋଷ୍ଟିଂ ସମୟରେ ସରକାରୀ ରେକର୍ଡ ସହିତ ହେରଫେର କରି ଏବଂ ତାଙ୍କ ବ୍ୟକ୍ତିଗତ ଆକାଉଂଟରେ ୨୩୨ କୋଟି ଟଙ୍କା ଜମା କରି ଏଏଆଇର ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।
ସିବିଆଇ ତଦନ୍ତରୁ ଜଣାପଡିଛି ଯେ ରାହୁଲ ବିଜୟ ୨୦୧୯ ରୁ ୨୦୨୩ ମଧ୍ୟରେ ନକଲି ସମ୍ପତି ସୃଷ୍ଟି କରିଥିଲେ ଏବଂ କିଛି ସମ୍ପତିର ମୂଲ୍ୟ ହେରଫେର କରିଥିଲେ। ସେ ସରକାରୀ ରେକର୍ଡ ପରିବର୍ତନ କରି ଏବଂ ଡୁପ୍ଲିକେଟ ଏଂଟ୍ରି ଯୋଡ଼ି ତାଙ୍କର ଠକେଇକୁ ଲୁଚାଇ ରଖିଥିଲେ। ସେ ସାଧାରଣ ଟଙ୍କାକୁ ତାଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ସ୍ଥାନାନ୍ତର କରିଥିଲେ। ପରବର୍ତୀ ସମୟରେ, ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଅଭିଯୁକ୍ତ ଜମା ହୋଇଥିବା ପରିମାଣକୁ ବ୍ୟବସାୟିକ ଆକାଉଂଟକୁ ସ୍ଥାନାନ୍ତର କରିଥିଲେ, ଯାହା ପ୍ରମାଣିତ କରିଥିଲା ଯେ ସେ ସରକାରୀ ଟଙ୍କାକୁ ଅପବ୍ୟବହାର କରିଛନ୍ତି।
ଅଗଷ୍ଟ ୨୮ ତାରିଖରେ ଜୟପୁରରେ ରାହୁଲ ବିଜୟଙ୍କ ସରକାରୀ ଏବଂ ବ୍ୟକ୍ତିଗତ ଘର ଖୋଜାଖୋଜି କରିଥିଲା ସିବିଆଇ । ଖୋଜାଖୋଜି ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ ସମ୍ପତି ସମ୍ବନ୍ଧୀୟ ସୂଚନା ଉଦ୍ଧାର କରାଯାଇଥିଲା। ଅଭିଯୁକ୍ତକୁ ଗିରଫ କରାଯାଇଛି ଏବଂ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି।