Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ନିଳାଗୁଡା ଜଙ୍ଗଲରେ ଅବକାରି ଚଢଉ
FMNEWS.IN
22-01-2025
(FMNews):--ଜୟପୁର ସଦର ଥାନା ଅନ୍ତର୍ଗତ ନିଳାଗୁଡା ଜଙ୍ଗଲରେ ଆଜି ସକାଳ ୭ଟା ୩୦ ମନିଟ ସମୟରେ ଅବକାରି ଚଢଉ ହୋଇଛି । ଦେଶି ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୂଚନା ପାଇ ଜୟପୁର ଅବକାରି ଥାନା ପକ୍ଷରୁ ଏହି ଚଢଉ କରାଯାଇଛି । ଚଢଉ ସୂଚନା ପାଇ ମଦ ମାଫିଆ ମାନେ ଚମ୍ପଟ ମାରିଥିବା ବେଳେ ଅବକାରି ବିଭାଗ ମଦ ଭାଟି ଭଙ୍ଗିବା ସହ ୨ ହଜାର ଲିଟର ପୋଚ ଓ ୧୧୦ ଲିଟର ଦେଶି ମଦ ଜବତ କରି ନଷ୍ଟ କରିଛି । ମଦ ସରଞ୍ଜାମ ଡ୍ରମ ଆଦିକୁ ଜବତ କରିଥିବା ବିଷୟ ଅବକାରି ଓଆଇସି ହିରଣ ସୁବ୍ରତ ସୂଚନା ଦେଇଛନ୍ତି । ଏହି ଚଢଉ ଅପରାହ୍ନ ୧ଟା ୩୦ ମିନିଟ ସମୟରେ ଶେଷ ହୋଇଥିବା ବିଷୟ ଅବକାରି ବିଭାଗ ତରଫରୁ ସୂଚନା ଦିଆଯାଇଛି ।