Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
କୋଟିପତି ମାନେ ରାସନକାର୍ଡରେ ରାସନ ପାଉଥିବା ଅଭିଯୋଗ
FMNEWS.IN
13-09-2025
ଗଂଜାମ, 13 ସେପ୍ଟେମ୍ବର : ଶେରଗଡ଼ ବ୍ଲକରେ ବହୁ କୋଟିପତି ଏବେବି ରାସନ କାର୍ଡ ଧାରୀ ରହିଛନ୍ତି। ଏହି ଵ୍ଳକର ପିତଳ ବଜାର ଅଭିମନ୍ୟୁ ଜେନା ଜଣେ କୋଟିପତି । ଲକ୍ଷଲକ୍ଷ ଟଙ୍କା ବ୍ୟାଙ୍କ ବାଲାନ୍ସ। ବଜାରରେ ପକ୍କା ଗୃହ, ତିନୋଟି ଦାମୀ ପ୍ଳଟ । ବଉଳ କୋଳି ସାହି ଦାମୀଘର ପ୍ରାୟ ଛଅ ଏକର ଦାମୀ ଚାଷଜମି, ପିତଳ ଛକରେ ଦାମୀ ପ୍ଳଟ ରହିଛି। ଏହାସତ୍ତ୍ୱେ ସେ ବହୁବର୍ଷ ହେଲା ରାସନ କାର୍ଡ ହାତେଈ ସରକାରଙ୍କ ସର୍ବବିଧ ସୁବିଧା ଲୁଣ୍ଠନ କରୁଥିବା ଅଭିଯୋଗ ହୋଇଛି । ଶେରଗଡ଼ ବିଡ଼ିଓ ଘଟଣାର ତଦନ୍ତ କରିବାକୁ ଦାବି ହୋଇଛି ।