- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଟଙ୍କା ଭର୍ତ୍ତି ଏଟିଏମ ମେସିନ ଲୁଟ୍
ଭୁବନେଶ୍ୱର, 24 ଜାନୁଆରି(FMNews):--ରାଜଧାନୀରେ କମିଶନରେଟ ପୋଲିସକୁ ଅପରାଧୀଙ୍କୁ ଖୋଲା ଚାଲେଞ୍ଜ । ଟଙ୍କା ଭର୍ତି ଏଟିଏମ ମେସିନ ଟେକିନେଇଗଲେ ଦୁବୃର୍ତ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ସାମନ୍ତରାପୁର ଶ୍ରୀରାମନଗର ଅଂଚଳରେ । ଗତକାଲି ବିଳମ୍ବିତ ରାତିରେ ଶ୍ରୀରାମନଗରରେ ଥିବା ଏସବିଆଇ ଏଟିଏମ ମେସିନ ସହ ଲୁଟି ନେଇଛନ୍ତି ଦୁବୃର୍ତ୍ତ । ଲୁଟ ବେଳର ସିସିଟିଭି ଫଟୋ ମଧ୍ୟ ସାମ୍ନାକୁ ଆସିଛି ।
ଟଙ୍କା ଭର୍ତ୍ତି ଏଟିଏମ ମେସିନ ଲୁଟ୍ I ATM machine full of money looted#ATMLooted #BhubaneswarATM #FMNews #FastMailNews #fastmail pic.twitter.com/XHrFh9N6Cc
Fast Mail News (@FastMailNews) January 24, 2025
ଯେଉଁଥିରେ ଦୁଇଜଣ ଦୁବୃର୍ତ୍ତ ମୁଖା ପିନ୍ଧି ଏଟିଏମ ଭିତରେ ପଶିଥିଲେ । ଖବର ପାଇ ସକାଳୁ ସକାଳୁ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲା । ସ୍ଥାନୀୟ ଅଂଚଳର ସିସିଟିଭି ଯାଞ୍ଚ ପରେ ସୁନ୍ଦରପଦା ଜଟଣୀ ରାସ୍ତାରେ ଥିବା ଗଙ୍ଗୁଆ ନାଳରୁ ଭଙ୍ଗାରୁଜା ଅବସ୍ଥାରେ ଏଟିଏମକୁ ଜବତ କରାଯାଇଛି । ଦୁବୃର୍ତ୍ତ ଏଟିଏମ ମେସିନ ଭାଙ୍ଗି ଟଙ୍କା ନେଇଯାଇ ଥିବାବେଳେ ଏଟିଏମ ଫିଙ୍ଗି ଛୁ ମାରିଛନ୍ତି ।