Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ସାବିତ୍ରୀ ବ୍ରତରେ ରଥଖଳା ସମ୍ମୁଖରେ ବଙ୍ଗୀୟ ନାବାଳିକାକୁ ଅସଦାଚରଣ ଅଭିଯୋଗ, ଯୁବକ ଅଟକ
FMNEWS.IN
27-05-2025
ପୁରୀ- ସୋମବାର ମଧ୍ୟାହ୍ନରେ ବଡଦାଣ୍ଡ ରଥଖଳା ସମ୍ମୁଖରେ ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କ ନାବାଳିକା ଝିଅକୁ ଜଣେ ଯୁବକ ଅସଦାଚରଣ କରିଥିଲେ । ସ୍ଥାନୀୟ ଲୋକ ଓ ଜଣେ ହୋମଗାର୍ଡ ଯୁବକଙ୍କୁ କାବୁ କରି ସିଂହଦ୍ଵାର ଥାନା ଜିମା ଦେଇଥିଲେ । ସିଂହଦ୍ବାର ଥାନାରେ ଯୁବକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । କଲିକତାରୁ ଆସିଥିବା ପର୍ଯ୍ୟଟକଙ୍କ ପରିବାର ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ । ଦର୍ଶନ ସାରି ଫେରିବା ସମୟରେ ରଥଖଳା ଠାରେ ଏହି ଅଘଟଣ ଘଟିଥିଲା । ଯୁବକ ଜଣକ ହେଲେ ରାଜୀବ ସାମନ୍ତରାୟ ବୋଲି ଜଣାପଡିଛି । ଏ ସଂପର୍କରେ ସିଂହଦ୍ଵାର ଥାନା ପୋଲିସ ସିସିଟିଭି ଯାଞ୍ଚ କରୁଛି । ଧର୍ମଦାଣ୍ଡରେ ଏଭଳି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି ।