Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ସାବିତ୍ରୀ ବ୍ରତରେ ରଥଖଳା ସମ୍ମୁଖରେ ବଙ୍ଗୀୟ ନାବାଳିକାକୁ ଅସଦାଚରଣ ଅଭିଯୋଗ, ଯୁବକ ଅଟକ
FMNEWS.IN
27-05-2025
ପୁରୀ- ସୋମବାର ମଧ୍ୟାହ୍ନରେ ବଡଦାଣ୍ଡ ରଥଖଳା ସମ୍ମୁଖରେ ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କ ନାବାଳିକା ଝିଅକୁ ଜଣେ ଯୁବକ ଅସଦାଚରଣ କରିଥିଲେ । ସ୍ଥାନୀୟ ଲୋକ ଓ ଜଣେ ହୋମଗାର୍ଡ ଯୁବକଙ୍କୁ କାବୁ କରି ସିଂହଦ୍ଵାର ଥାନା ଜିମା ଦେଇଥିଲେ । ସିଂହଦ୍ବାର ଥାନାରେ ଯୁବକଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । କଲିକତାରୁ ଆସିଥିବା ପର୍ଯ୍ୟଟକଙ୍କ ପରିବାର ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିଥିଲେ । ଦର୍ଶନ ସାରି ଫେରିବା ସମୟରେ ରଥଖଳା ଠାରେ ଏହି ଅଘଟଣ ଘଟିଥିଲା । ଯୁବକ ଜଣକ ହେଲେ ରାଜୀବ ସାମନ୍ତରାୟ ବୋଲି ଜଣାପଡିଛି । ଏ ସଂପର୍କରେ ସିଂହଦ୍ଵାର ଥାନା ପୋଲିସ ସିସିଟିଭି ଯାଞ୍ଚ କରୁଛି । ଧର୍ମଦାଣ୍ଡରେ ଏଭଳି ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଉଛି ।