Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ବାଇକ - ବୁଲେଟ ଧକ୍କା : ଜଣେ ମୃତ, ୧ ଗୁରୁତର
FMNEWS.IN
16-03-2025
ଜୟପୁର, ୧୬ ମାର୍ଚ୍ଚ- ଜୟପୁର ଫିସେରି ଅଫିସ ନିକଟରେ ଶନିବାର ଦୁର୍ଘଟଣା ଘଟିଛି । ଜଣେ ମୃତ, ଜଣେ ଗୁରୁତର ହୋଇଥିବା ଜଣାଯାଇଛି । ବାଇକ ଓ ବୁଲେଟ ମଧ୍ୟରେ ଧକ୍କା ହୋଇଥିଲା । ବାଇକ ଚାଳକ ଚମ୍ପଟ ମାରିଥିବା ବେଳେ ବୁଲେଟରେ ବସିଥିବା ୨ ଜଣଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ୨ ଜଣଙ୍କୁ ଜୟପୁର ସ୍ଥିତ ଜିଲା ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ । ମୃତଙ୍କର ପରିଚୟ ମିଳିନଥିବା ବିଷୟ ଟାଉନ ଥାନା ଦାୟିତ୍ୱରେ ଥିବା ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।