BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ନିଖୋଜ ଦୁଇ ସ୍କୁଲ ଛାତ୍ରୀଙ୍କ ଶବ ଝୁଲନ୍ତା ଅବସ୍ଥାରେ ଏମପିଭି ୪୧ଗ୍ରାମ ନିକଟରୁ ଉଦ୍ଧାର, ଆତ୍ମହତ୍ୟା ନା ହତ୍ୟା ସନ୍ଦେହ

FMNEWS.IN 08-02-2025
Bodies of two missing school students found hanging from MPV near 41gram, suicide or murder suspected

ମାଲକାନଗିରି, ୮ଫେବୃଆରୀ- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମପିଭି ୪୧ ଜଙ୍ଗଲରୁ ୨ ସ୍କୁଲ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ସେମାନଙ୍କ ବେକରେ ଓଢଣି ଲାଗି ଏକ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ସେମାନେ ଏମଭି ୭୨ ପ୍ରାଥମିକ ନୋଡାଲ ବିଦ୍ୟାଳୟର ଛାତ୍ରୀ ହୋଇଥିବା ବେଳେ ଦୁହେଁ ନିଖୋଜ ହେବା ଓ ଦୁଇ ଦିନ ପରେ ସ୍ଥାନୀୟ ଜଙ୍ଗଲରୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଛାତ୍ରୀ ଦୁହିଁଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ଗଛରେ ଝୁଲେଇ ଦେଇ ଆତ୍ମହତ୍ୟାର ରୂପ ଦେବା ପାଇଁ ଚେଷ୍ଟା କରିଥିବା ସନ୍ଦେହ ଉପୁଜିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନା ମୁତାବକ, ଏମ୍ଭି-୭୪ ଗ୍ରାମର ଜ୍ୟୋତି ହାଲଦାର ଓ ଏମ୍ଭି-୧୨୬ ଗ୍ରାମର ମନ୍ଦିରା ସୋଡ଼ି ଉଭୟ ଛାତ୍ରୀ ଏମ୍ଭି-୭୨ ନୋଡାଲ୍ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପଢ଼ୁଥିଲେ । ଗୁରୁବାର ସ୍କୁଲ୍ ଛୁଟି ପରେ ଉଭୟେ ଦୀର୍ଘ ସମୟ ଧରି ଘରକୁ ଫେରିନଥିଲେ । ଦୁଇ ଛାତ୍ରୀ ଘରେ ପହଞ୍ଚିବାରେ ବିଳମ୍ବ ହେବା ପରେ ପରିବାର ଲୋକ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ପାଇନଥିଲେ | ସ୍କୁଲ ଛୁଟି ପରେ ଦୁହେଁ କେଉଁ ଆଡ଼େ ଚାଲି ଯାଇଥିଲେ । ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ବି ସେମାନଙ୍କ ସନ୍ଧାନ ପାଇ ନ ଥିଲେ । ପରେ ଏମଭି ୭୯ ଥାନାରେ ଅଭିଯୋଗ କରିଥିଲେ । ତେବେ ଶନିବାର ସକାଳେ ଏମପିଭି ୪୧ ଗାଁର ନିଛାଟିଆ ସ୍ଥାନରେ ଥିବା ଏକ ଗଛରେ ଉଭୟଙ୍କ ଝୁଲନ୍ତା ମୃତଦେହ ଗାଁ ଲୋକେ ଦେଖିବାକୁ ପାଇଥିଲେ । ଏ ସଂପର୍କରେ ଖବର ପାଇ ଏମଭି ୭୯ ଥାନା ପୋଲିସ ପାରିପାର୍ଶ୍ବିକ ପରିସ୍ଥିତିକୁ ନେଇ ଘଟଣାସ୍ଥଳରେ ଯାଞ୍ଚ କରୁଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟାସତ୍ୟ ପଦାକୁ ଆସିପାରିବ ବୋଲି ସୂଚନା ଦେଇଛନ୍ତି ।