BIG NEWS
ଓଡ଼ିଶାରେ ଶ୍ରମିକମାନଙ୍କ କାର୍ଯ୍ୟସମୟ ଆଠ ଘଣ୍ଟାରୁ ୧୦ଘଣ୍ଟା ବୃଦ୍ଧି ନିଷ୍ପତ୍ତିକୁ ଏଆଇଟିୟୁସିର ବିରୋଧ
ଆଫଗାନିସ୍ଥାନ ଶାନ୍ତି ଚାହୁଁଛି, ଯଦି ପାକିସ୍ଥାନ ରାଜି ନ ହୁଏ ତେବେ ଅନ୍ୟ ବିକଳ୍ପ ଉପଲବ୍ଧ : ବୈଦେଶିକ ମନ୍ତ୍ରୀ ମୁତାକି
ଶାରଦୀୟ ଉତ୍ସବରେ ବେଲୁନ ବିକାଳୀ ହତ୍ୟା ମାମଲା ଉପଖଣ୍ଡ ପୋଲିସ ତଦନ୍ତ ହେଲାକି ବାଟବଣା, ଅନ୍ୟ ତିନି ସଂପୃକ୍ତ ଗଲେ କୁଆଡ଼େ
ଐତିହାସିକ ସୂଚନା ଅଧିକାର ଆଇନକୁ ପଙ୍ଗୁ କରିଛି ମୋଦୀ ସରକାର: ଭକ୍ତ

ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲା ଲାଂଚୁଆ କନିଷ୍ଠ ଯନ୍ତ୍ରୀ ୨ବର୍ଷ କାରାଦଣ୍ଡାଦେଶ

FMNEWS.IN 31-08-2025
Bribery case: Junior engineer sentenced to 2 years in prison

ବାରିପଦା - ଆୟ ବହିର୍ଭୁତ ସମ୍ପତି ମାମଲାରେ ଲାଂଚୁଆ କନିଷ୍ଠ ଯନ୍ତ୍ରୀଙ୍କୁ ୨ବର୍ଷର କାରାଦଣ୍ଡାଦେଶ ପ୍ରଦାନ କରାଯାଇଛି। ବାରିପଦା ସ୍ଥିତ ସତନ୍ତ୍ର ଦୁର୍ନୀତି ନିବାରଣ କୋର୍ଟ ପକ୍ଷରୁ ଜଜ ପୂର୍ଣ୍ଣିମା ଜେନା ଉକ୍ତ ମାମଲାର ବିଚାର କରି ଶନିବାର ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହା ସହିତ ୧ଲକ୍ଷ ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ରାୟରେ ଉଲ୍ଲେଖ ରହିଛି। ସେ ହେଲେ ଗଜପତି ଜିଲ୍ଲା ପରଳାଖେମୁଣ୍ଡି ଅଂଚଳର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ଜେନା। ସେ ବାରିପଦା ସ୍ଥିତ ଜିଲ୍ଲା ପ୍ରକଳ୍ପ କାର?୍ୟ୍ୟାଳୟର ପୂର୍ବତନ ବୈଷୟିକ ସହାୟକ ଭାବେ କାର୍ଯ୍ୟ କରୁଥିଲେ। ଉକ୍ତ ସମୟରେ ଅନୈତିକ ଉପାୟରେ ଆୟ ବହିର୍ଭୁତ ଅର୍ଥ ଉପାର୍ଜନ କରିଥିଲେ। ଏନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା। ଯାହାକୁ ନେଇ ଗତ ତାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ହୋଇଥିଲା। ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ଛନ୍ଦି ହୋଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ। ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ ହୋଇଥିଲା। ତାଙ୍କର ବାର୍ଷିକ ଆୟର ଅଧିକ ଆୟ ବର୍ହିଭୂତ ସମ୍ପତି ଠୁଳ କରିଥିବା ନେଇ ଭିଜିଲାନ୍ସ ଦ୍ୱାରା ଠାବ ହୋଇଥିଲା। ସାକ୍ଷୀଙ୍କ ବୟାନ ଓ ଭିଜିଲାନ୍ସର ତଦନ୍ତ ରିପୋର୍ଟକୁ ଭିତି କରି ଜଜ୍ ଉପରୋକ୍ତ ଶୁଣାଣୀ କରିଛନ୍ତି। ତେବେ ଦୋଷୀ ସାବ୍ୟସ୍ତ ହେବା ନେଇ ଓଡିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାକୁ ସରକାରୀ ଆଇନଜୀବୀ ଶାନ୍ତନୁ କୁମାର ଦାଶ ପରିଚାଳନା କରୁଥିଲେ।