- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଭାଇକୁ ହାଣିଲା ଭାଇ, ମୁଖ୍ୟ ଆସାମୀ କୁ ଗିରଫ ଦାବୀରେ ଭାଇର ସାମ୍ବାଦିକ ସମ୍ମିଳନୀ
ଭଦ୍ରକ, ୨୨ ଡିସେମ୍ବର - ନିଜ ଜମି ଭାଗ ବଂଟନ କୁ ନେଇ ଭାଇ ଭାଇଙ୍କ ମଧ୍ୟରେ ଥିବା ବିବାଦ ଉଗ୍ରରୂପ ନେବା ପରେ ଗୋଟିଏ ଭାଇ ନିଜ ବଡ ଭାଇକୁ ଗୋଡାଇ ଗୋଡାଇ କୋଦାଳରେ ସର୍ବ ସମ୍ମୁଖରେ ହାଣିବା ପରେ ପୁଲିସ ର ପାତର ଅନ୍ତର ନୀତି ପାଇଁ ଅନ୍ୟ ଜଣେ ଭାଇ ଏକ ସାମ୍ବାଦିକ ସମ୍ମିଳନୀରେ ଆସାମୀ ଭାଇକୁ ତୁରନ୍ତ ଗିରଫ କରିବା କୁ ପୁଲିସ ପ୍ରଶାସନକୁ ଗୁହାରୀ କରିବା ସହ ଭଦ୍ରକ ଆରକ୍ଷୀ ଅଧୀକ୍ଷକଙ୍କୁ ନିବେଦନ ମଧ୍ୟ କରିଛି। ପ୍ରାପ୍ତ ଖବର ଅନୁଯାଇ ଗତ ୧୭ ତାରିଖରେ କରଞ୍ଜମାଳ ଫାଣ୍ଡି ଅଧିନସ୍ଥ ଶଶିକାଦେଇପୁର ର ଅଜୟ କୁମାର ସେଠୀ ନିଜ ଗାଁ ଦାଣ୍ଡରେ ଯାଉଥିବା ବେଳେ ପୂର୍ବ ଶତ୍ରୁତାକୁ ଏବଂ ଜମି ଭାଗ ବଂଟାକୁ ନେଇ ଅନ୍ୟ ଜଣେ ଭାଇ ଅଭୟ ସେଠୀ ଏକ କୋଦାଳରେ ଅଜୟର ମୁଣ୍ଡକୁ ଚଟା ପକାଇଥିଲେ।ଅଜୟ ତଳେ ପଡିଯିବା ପରେ ଅଭୟ ପୁନଶ୍ଚ ସେହି କୋଦାଳରେ ଅଜୟଙ୍କ ବାମ ଗୋଡକୁ କୋଦଳରେ ହାଣି ପକାଇଥିଲେ।ଏହି ଅତର୍କିତ ଆକ୍ରମଣରେ ଅଭୟଙ୍କୁ ତାଙ୍କର ଅନ୍ୟ ଭାଇ ରାଜୀବ ଏବଂ ବିଜୟ ସାହାଯ୍ୟ କରିଥିବା ବେଳେ ଅଭୟଙ୍କ ସ୍ତୀ ସାବିତ୍ରୀ ମଧ୍ୟ ଏହି ଅତର୍କିତ ଆକ୍ରମଣରେ ନିଜ ସ୍ୱାମୀକୁ ସାହାଯ୍ୟ କରିଥିଲେ ବୋଲି ଅଜୟଙ୍କ ଭାଇ ଅମର କରଞ୍ଜମାଳ ଫାଣ୍ଡିରେ ଗତ ୧୭ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ। ଦୀର୍ଘ୫ଦିନ ବିତିଯାଇଥିଲେ ମଧ୍ୟ କରଞ୍ଜମାଳ ଫାଣ୍ଡି ଅଧିକାରୀ ସଂପୃକ୍ତ ଆସାମୀ ମାନଙ୍କୁ ଗିରଫ କରୁ ନଥିବା ବେଳେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସର ପାତର ଅନ୍ତର ତଥା ପକ୍ଷପାତିତା ନେଇ ସାଧାରଣ ଜନତା ପ୍ରଶ୍ନ ଉଠାଇବା ସହ ତୁରନ୍ତ ଆସାମୀ ମାନଙ୍କୁ ଗିରଫ କରା ନଗଲେ ଆଗାମୀ ଦିନରେ ଗ୍ରାମବାସୀ ଆଇନକୁ ହାତକୁ ନେବାକୁ ବାଧ୍ୟ ହେବେ ଏବଂ କରଞ୍ଜମାଳ ଫାଣ୍ଡି ଅଧିକାରୀ ଏଥିପ୍ରତି ଦାୟୀ ରହିବେ ବୋଲି ଉପସ୍ଥିତ ଗ୍ରାମବାସୀଙ୍କ ପକ୍ଷରୁ ମତ ପ୍ରକାଶ ପାଇଛି। ଆଜି ଉପସ୍ଥିତ ଥିବା ଗ୍ରାମବାସୀଙ୍କ ମଧ୍ୟରେ ପଂଚାନନ ବାରିକ, ପ୍ରମିଳା ବାରିକ, ପ୍ରମୋଦ ସେଠୀ, ସୁଧାକର ବାରିକ, ଅଞ୍ଜନ ସେଠୀ, ଅମର ସେଠୀ, ପ୍ରତାପ ବାରିକ, ଆଶିଷ ବାରିକ, ଜାନକୀ ମହାନ୍ତି, ପ୍ରଫୁଲ ବାରିକ ଏବଂ ରାକେଶ ବାରିକଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହିବା ସହ କରଞ୍ଜମାଳ ଫାଣ୍ଡି ଏବଂ ବାଂଶଡା ଥାନା ର ପୁଲିସ ଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି। ଏ ବିଷୟରେ ବାଂଶଡା ଥାନାଧିକାରୀ ନିଜର ପ୍ରତିକ୍ରିୟାରେ କହିଛନ୍ତି ଆସାମୀ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ।