Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
କୁଖ୍ୟାତ ବନ୍ଧୁକ ଚୋରା ଚାଲାଣକାରି ଗ୍ୟାଙ୍ଗକୁ ଗିରଫ କଲା କମିସନରେଟ ପୋଲିସ
FMNEWS.IN
25-12-2024
ଭୁବନେଶ୍ୱର, 25 ଡିସେମ୍ବର: କୁଖ୍ୟାତ ବନ୍ଧୁକ ଚୋରା ଚାଲାଣକାରି ଗ୍ୟାଙ୍ଗକୁ ଗିରଫ କଲା କମିସନରେଟ ପୋଲିସ । 5ଜଣ ଅଭିଯୁକ୍ତ ଗିରଫ । ସେମାନଙ୍କ ଠାରୁ 5ଟି
ବନ୍ଧୁକ, 15ଟି ଜୀବନ୍ତ ଗୁଳି, 7ଟି ମୋବାଇଲ ଏବଂ 84ହଜାର ଟଙ୍କା ଜବତ କରିଛି କମିସନରେଟ ପୋଲିସ । ଏହାସହ ଗୋଟିଏ ଚାରି ଚକିଆ ଗାଡି ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଭବାନୀ ପ୍ରସାଦ ମହାନ୍ତି, ଏସ କେ ରେହମତ ଅଲ୍ଲୀ, ଏମଡି ଜାକିର, ଦୀପକ କୁମାର ସାହୁ ଏବଂ ଚନ୍ଦନ ଓରଫ ସଂଗ୍ରାମ ପ୍ରଧାନ । ଏମାନଙ୍କ ବିରୁଦ୍ଧରେ କମିସନରେଟ ପୋଲିସ ବ୍ୟତୀତ କଟକ, ଖୋର୍ଦ୍ଧା, ପୁରୀ ଏବଂ ଜଗତସିଂହପୁର ର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ଗିରଫ ଅଭିଯୁକ୍ତମାନଙ୍କର ଜାମିନ ଖାରଜ ପାଇଁ କୋର୍ଟକୁ ଚିଠି ଲେଖିବ କମିସନରେଟ ପୋଲିସ ।