- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ବଧୂ ହତ୍ୟା ଅଭିଯୋଗ, ଚାନ୍ଦବାଲି ଥାନାରେ ଅଭିଯୋଗ ଆଣିଲେ ଝିଅର ମା’
ଭଦ୍ରକ - ଏହି ଜିଲାର ଚାନ୍ଦବାଲି ଥାନା ଅଧୀନସ୍ଥ କୃଷ୍ଣପୁର ଗ୍ରାମରେ ଏକ ବଧୂ ହତ୍ୟା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ରାଜକନିକା ଥାନା ଅନ୍ତର୍ଗତ ଗିରିଆ ଗ୍ରାମର ସୁକାନ୍ତି ସାହୁଙ୍କ ଝିଅ ଅନୁସୟା (୨୫)ଚାନ୍ଦବାଲି ଥାନା ଅନ୍ତର୍ଗତ କୃଷ୍ଣପୁର ର ଲଷ୍ମୀଧର ବେହେରା ଙ୍କ ବଡ଼ପୁଅ ବିଶ୍ୱରଂଜନ ସହ ବୈଦିକ ରୀତି ରେ ଗତ ଜୁଲାଇ ମାସ ରେ ବିବାହ ଅନୁଷ୍ଠିତ ହୋଇଥିଲା। ବିବାହ ସମୟରେ ବିଶ୍ୱ ରଞ୍ଜନ ଙ୍କ ପରିବାର ଦାବୀ ଅନୁଯାଇ ସମସ୍ତ ଯୌତୁକ ପ୍ରଦାନ କରା ଯାଇଥିଲା। ସବୁ ସମୟରେ ବିଶ୍ୱରଂଜନ ଏବଂ ତାଙ୍କ ପରିବାର ଲୋକେ ନିଜ ବୋହୁ ଅନୁସୟା କୁ ଅଧିକ ଯୌତୁକ ଆଣିବା ପାଇଁ ଦାବୀ କରିବା ସହ ମାନସିକ ଏବଂ ଶାରୀରିକ ଯନ୍ତ୍ରଣା ଦେଉଥିଲେ ବୋଲି ଅନୁସୟା ଙ୍କ ମା ଅଭିଯୋଗ କରିଛନ୍ତି ।ଏହି ଘଟଣା କୁ ନେଇ ଅନୁସୟା ଙ୍କ ବାପ ବୁଧଦେବ ନିଜ ସମୁଦୀ ଲଷ୍ମୀଧର ଙ୍କୁ ଭେଟି ଆଉ ଅଧିକ ଯୌତୁକ ଦେଇ ପାରିବେ ନାହିଁ ବୋଲି ନେହୁରା ହୋଇଥିଲେ। ଏହି ଘଟଣା ପରେ ଲଷ୍ମୀଧର ଙ୍କ ପରିବାର ଲୋକେ ଅନୁସୟାଙ୍କ ମୃତ୍ୟୁ ହୋଇଛି ବୋଲି ଅନୁସୟା ଙ୍କ ବାପ ଘରକୁ ଖବର ଦେଇଥିଲେ। ଅନୁସୟା ଙ୍କ ପରିବାର ଆସି ଅନୁସୟା ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଏ ନେଇ ଅନୁସୟା ଙ୍କ ମା ସୁକାନ୍ତି ସାହୁ ଚାନ୍ଦବାଲି ଥାନା ରେ ଲିଖିତ ଅଭିଯୋଗ କରିଥିଲେ।ଥାନାଧିକାରୀ ଘଟଣା ସ୍ଥଳ ରେ ପହଂଚି ଶବକୁ ଜବଦ କରିବା ସହ ଅଧିକ ତଦନ୍ତ ଚଳାଇ ଥିବା ସୂଚନା ମିଳିଛି।