- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
- ଆଉ ଦେଖିବାକୁ ମିଳୁ ନାହିଁ ହଳ, ବଳଦ
- କେରଳରେ ଲକ୍ଷ୍ୟ କେବଳ ଭୋଟ ପ୍ରତିଶତ ବୃଦ୍ଧି କରିବା ନୁହେଁ, ବିଜେପିର ଜଣେ ମୁଖ୍ୟମନ୍ତ୍ରୀ ହେବ : ଅମିତ ଶାହା
- ପ୍ରଦୂଷଣ ସାର୍ଟିଫିକେଟ ନାମରେ ଗାଡିଚାଳକଙ୍କୁ ଲୁଟ୍ କରିବା ବନ୍ଦ କର : ସିପିଆଇ
- ଆରଡି ବସଷ୍ଟାଣ୍ଡ ନାମ ପରିବର୍ତନକୁ ନେଇ ରାଜଧାନୀରୁ ଶୈବପୀଠ ସବୁଠି ବିରୋଧ
ଟଙ୍କା ଚୋରି ଧରାପଡ଼ିବାରୁ ଶାଶୁକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ବୋହୂ
ମାଲକାନଗିରି, ୪ ମଇ- ଟଙ୍କା ଚୋରି କରୁଥିଲା ବୋହୂ । ଦେଖି ଦେବାରୁ ଶାଶୂ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ବୋହୂ । ମାଲକାନଗିରି ଥାନା ଏମଭି ୧୮ ଗାଁରେ ଘଟିଛି ଏଭଳି କାଣ୍ଡ । ଚୋରି ଧରାପଡ଼ିଯିବାରୁ ରେଣୁକା ବୈଦ୍ୟଙ୍କୁ ପୋଡ଼ି ଦେଇଛନ୍ତି ବୋହୂ ଜୟା । ଖୋଦ୍ ଜୟାଙ୍କ ସ୍ବାମୀ ଏନେଇ ଅଭିଯୋଗ କରିଛନ୍ତି । ଶୋଇଥିବା ବେଳେ ନିଆଁ ଲଗାଇବା ସହ ବାହାର ପଟୁ କବାଟ କିଳି ଜଗି ରହିଥିଲା ବୋହୂ । ଘଟଣା ଜଣାପଡ଼ିବା ପରେ ପରିବାର ଲୋକେ ପହଞ୍ଚି ରେଣୁକାଙ୍କୁ ଉଦ୍ଧାର କରିବା ସହ ମେଡିକାଲ ନେଇଥିଲେ । ରେଣୁକାଙ୍କ ଶରୀରର ୬୫ ପ୍ରତିଶତରୁ ଅଧିକ ଅଂଶ ପୋଡ଼ି ଯାଇଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଚିକିତ୍ସା ପାଇଁ ତାଙ୍କୁ ଛତିଶଗଡ ରାୟପୁରର ସ୍ବତନ୍ତ୍ର ବର୍ଣ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଏଭଳି କାଣ୍ଡ ଘଟାଇବା ପରେ ବୋହୂ ଜୟା ନିଜ ୪ ମାସର ପୁଅକୁ ନେଇ ବାପ ଘରକୁ ପଳାଇଛନ୍ତି । ଜୟାଙ୍କ ସ୍ବାମୀ ଓ ପରିବାର ଲୋକେ ମାଲକାନଗିରି ମଡେଲ ଥାନାରେ ଅଭିଯୋଗ କରିବା ସହ ଅଭିଯୁକ୍ତ ଜୟାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।