- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଡମ୍ବୁ ଭୁମିଆ ଅପହରଣ ମାମଲା, ୬ ଅଭିଯୁକ୍ତ ଗିରଫ
ଜୟପୁର: ଗତ ୧୭ ତାରିଖ ରାତି ବୋରିଗୁମ୍ମା ଥାନା କେନ୍ଦୁଗୁଡା ଗ୍ରାମର ଯୁବକ ଡମ୍ବୁ ଭୁମିୟା ଅପହରଣ ମାମଲାରେ ମାଷ୍ଟର ମାଇଣ୍ଡ ଜଗଦୀଶ ପାତ୍ର ସମେତ ଅନ୍ୟ ୫ ଜଣ ସହଯୋଗୀଙ୍କୁ ଗିରଫ କରିଛି ପୋଲିସ । ଏନେଇ ଆଜି ବୋରିଗୁମ୍ମା ଥାନା ପରିସରରେ ଏସପି ମନୋଜ ପୂଜାରୀ, ବୋରିଗୁମ୍ମା ଏସଡିପିଓ ତପସ୍ଵିନୀ କର ଥାନା ଅଧିକାରୀ ଯୁଗଳ କିଶୋର ସା ଙ୍କ ଉପସ୍ତିତିରେ ଏକ ପ୍ରେସ ମିଟ ଯୋଗେ ପୁରା ଘଟଣା ର ଖୁଲାସ କରିଛି ପୋଲିସ। ଏହି ଅପହରଣ ମାମଲାରେ ମୋଟ ୧୦ ଜଣ ଜଡିତ ଥିଲେ। ବୋରିଗୁମ୍ମା ଥାନା ଅଞ୍ଚଳର ୬ ଜଣ ଏବଂ ଉମୁରି ଅଞ୍ଚଳର ୪ ଜଣ। ଉମୁରି ଅଞ୍ଚଳ ୪ ଜଣ ଫେରାର ହୋଇଛନ୍ତି। ଏମାନେ ଟଙ୍କା ପାଇଁ ଡମ୍ବୁ ଭୁମିଆଙ୍କୁ ଅପହରଣ କରିଥିଲେ। ଭାରତ ମାଳା ପ୍ରକଳ୍ପରେ ଡମ୍ବୁ ଭୁମିଆର କିଛି ଜାଗା ଯାଇଥିଲା ଆଉ ସେ ବାବଦକୁ ଲକ୍ଷାଧିକ ଟଙ୍କା ପାଇଥିଲେ ଡମ୍ବୁ। ଏହି ଟଙ୍କା ପାଇଁ ତାଙ୍କୁ ଗତ ୧୭ ତାରିଖ ରେ ଅପହରଣ କରଯାଇଥିଲା। ପୋଲିସ ୧୮ ତାରିଖରେ ଅଭିଯୋଗ ପାଇ ତଦନ୍ତ ଆରମ୍ଭ କରିଥିଲା। ଡମ୍ବୁ ଙ୍କ ଆକାଉଣ୍ଟରେ ମାତ୍ର ଥିଲା ୩୫ ହଜାର ଟଙ୍କା। ସେହି ଟଙ୍କା କୁ ଏଟିଏମ ଯୋଗେ ଉଠାଇଲା ପରେ ଡମ୍ବୁଙ୍କୁ ଛାଡ଼ିଦେଇଥିଲେ ଦୁର୍ବୁତ ମାନେ। ଏହି ମାମଲାରେ ଅପହରଣକାରୀମାନେ ବ୍ୟବହାର କରିଥିବା ଦୁଇଟି ଚାରିଚାକିଆ ଗାଡି ଏବଂ ଦୁଇଟି ବାଇକ ଜବତ ହୋଇଥିବା ବେଳେ ଅନ୍ୟ ଚାରି ଜଣଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ଏଏସପି ମନୋଜ ପୂଜାରୀ ସୂଚନା ଦେଇଛନ୍ତି।