Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଲାଂଚ ନେବା ଅଭିଯୋଗରେ ଗିରଫ ହେଲେ ଇଡି ଡେପୁଟି ଡାଇରେକ୍ଟର
FMNEWS.IN
30-05-2025
ଭୁବନେଶ୍ୱର, 30 ମେ - ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଲେ ଇଡି ଡେପୁଟି ଡ଼ାଇରେକ୍ଟର ଓ ମିଡ଼ିଲମ୍ୟାନ । ଜେରା ବେଳେ ଲାଞ୍ଚ ଟଙ୍କା ସମ୍ପର୍କରେ ସ୍ପଷ୍ଟ ସୂଚନା ଦେଇନପାରିବାରୁ ଗିରଫ କଲା ସିବିଆଇ। ରାତି ତମାମ ଉଭୟଙ୍କୁ ଜେରା କରିଥିଲା ସିବିଆଇ । ଗତକାଲି ଲାଞ୍ଚ ନେବା ବେଳେ ଇଡି ଡେପୁଟି ଡ଼ାଇରେକ୍ଟର ସିବିଆଇ ହାତରେ ଧରାପଡିଥିଲେ । ଡେପୁଟି ଡ଼ାଇରେକ୍ଟର ଚିନ୍ତନ ଶ୍ରୀବାସ୍ତବ ଓ ମିଡ଼ିଲମ୍ୟାନ ଭକ୍ତି ବେହେରା ଗତକାଲି ଜଣେ ଖଣି ବ୍ୟବସାୟୀଙ୍କ କେସ ରଫାଦଫା କରିବା ପାଇଁ 20 ଲକ୍ଷ ଲାଞ୍ଚ ନେଉଥିଲେ । ଢେଙ୍କାନାଳ ଅଞ୍ଚଳର ଖଣି ବ୍ୟବସାୟୀ ଏ ନେଇ ସିବିଆଇକୁ ସୂଚନା ଦେଇଥିଲେ ।