- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ମଧ୍ୟପ୍ରଦେଶର ଜବଲପୁରରେ ୪ ଜଣଙ୍କୁ ହତ୍ୟା : ରାସ୍ତାରେ ଗୋଡେଇ ଗୋଡେଇ ପିଟି ମାରିଲେ
ଜବଲପୁର:ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲା ହେଡକ୍ୱାର୍ଟର ଠାରୁ ପ୍ରାୟ ୨୫ କି.ମି. ଦୂର ପାଟନ ଅଂଚଳରେ ସୋମବାର ସକାଳେ ଦୁଇ ଗୋଷ୍ଠିଙ୍କ ମଧ୍ୟରେ ବିବାଦ ବେଳେ ଗୋଟିଏ ଗୋଷ୍ଠି ଅନ୍ୟ ଗୋଷ୍ଠିର ତଥା ଗୋଟିଏ ପରିବାର ୪ ଜଣଙ୍କୁ ହତ୍ୟା କରିଛି । ମୃତକଙ୍କ ମଧ୍ୟରେ ଦୁଇ ଭାଇ ରହିଛନ୍ତି । କୁହାଯାଉଛି ଯେ, ନିଜ ନିଜ ମଧ୍ୟରେ ବିବାଦକୁ ନେଇ ଗ୍ରାମର ଗୋଟିଏ ପରିବାରର ଲୋକ ଅନ୍ୟ ଏକ ପରିବାର ଲୋକଙ୍କ ଉପରେ ଆକ୍ରମଣ କରିଥିଲେ । ଦୁଇ ପରିବାର ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା । ଏ ସମ୍ପର୍କରେ ଖବର ପାଇବା କ୍ଷଣି ପୋଲିସ ଟିମ୍ ଘଟଣାସ୍ଥଳରେ ପହଂଚିଛି ।
ପାଟନ ପୋଲିସର ସୂଚନା ମୁତାବକ, ପାଟନ ଅଂଚଳର ଟିମରି ଗ୍ରାମରେ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦକୁ ନେଇ ସୋମବାର ସକାଳେ ତନ୍ମଧ୍ୟରୁ ଗୋଟିଏ ପକ୍ଷର ଲୋକ ଅନ୍ୟ ପକ୍ଷ ଉପରେ ଆକ୍ରମଣ କରିଛନ୍ତି । ସେମାନେ ଗୋଡେଇ ଗୋଡେଇ ଲୋକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ।
ଏହି ଘଟଣା କ୍ରମରେ କୁନ୍ଦନ, ଚନ୍ଦନ, ଅନିକେତ ଏବଂ ସମୀର ଦୁବେ ନାମକ ୪ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ଖବର ପାଇବା କ୍ଷଣି ପାଟନ ପୋଲିସ ଓ ନୁନସର ପୋଲିସ ଚୌକିର ଟିମ୍ ସହିତ ଜିଲ୍ଲାର ବରିଷ୍ଠ ଅଧିକାରୀ, ପାଟନ ବିଧାୟକ ଅଜୟ ବିଶ୍ନୋଇ, କଲେକ୍ଟର ଦୀପକ ସକ୍ସେନା ଏବଂ ଏସପି ସମ୍ପତ ଉପାଧ୍ୟାୟ ମଧ୍ୟ ଘଟଣାସ୍ଥଳରେ ପହଂଚିଛନ୍ତି