- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ଥଣ୍ଡା ପାଇଁ ଗୁଳିମାଡ କରି ଫେରାର ହେଲେ ୪ ଯୁବକ, ପୁଲିସର ଛାନଭିନ
ଭଦ୍ରକ: ଭଦ୍ରକ ଜିଲା ଚାନ୍ଦବାଲି ମତୋ ଫାଣ୍ଡି ଅର୍ନ୍ତଗତ ନାଲଗୁଣ୍ଡା ବଜାର ଠାରେ ଥଣ୍ଡା ଦରକୁ ନେଇ ଗୁଳିମାଡ ହୋଇଥିବା ଜଣାଯାଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ନାଲଗୁଣ୍ଡା ବଜାର ଠାରେ ପଛପଡା ଗ୍ରାମର ସାଧୁଆ ବେହେରା, ନିଜର ଏକ ପାନ ଦୋକାନ କରି ଜିବୀକା ପ୍ରତିପୋଷଣ କରିଆସୁଛି। ଆଜି ସନ୍ଧ୍ୟା ୬ଟା ସମୟରେ ୨ଟି ବାଇକରେ ୪ଜଣ ଯୁବକ ସାଧୁଆଙ୍କ ଦୋକାନ ଠାରୁ କିଛି ଦୂରରେ ବାଇକ ରଖି ଆସି ଥଣ୍ଡା ପିଇବା ପାଇଁ କହିଥିଲେ। ଥଣ୍ଡା ପିଇବା ପରେ ସଂପୃକ୍ତ ଯୁବକ ମାନେ ଦୋକାନୀକୁ କେତେ ଟଙ୍କା ବୋଲି ପଚାରିଥିଲେ। ସଂପୃକ୍ତ ଦୋକାନୀ ଥଣ୍ଡା ବୋତଲ ପିଛା ୧୨ଟଙ୍କା ବୋଲି କହିବାରୁ ଉପସ୍ଥିତ ଯୁବକ ମାନେ କାହିଁକି ତୁମେ ୧୦ଟଙ୍କା ବଦଳରେ ୧୨ ଟଙ୍କା ବୋଲି ଯୁକ୍ତି କରିଥିଲେ। ଏହାକୁ ନେଇ ଦୋକାନୀ ଏବଂ ୪ ଯୁବକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସଂପୃକ୍ତ ଯୁବକ ମାନେ ନିଜ ବନ୍ଧୁକରୁ ୩ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିବା ପରେ ସେଠାରୁ ନିଜ ବାଇକ ଯୋଗେ ଭଦ୍ରକ ଆଡକୁ ପଳାଇ ଯାଇଥିଲେ। ପରେ ଖବର ପାଇ ମତୋ ଫାଣ୍ଡି ପୁଲିସ ନାଲଗୁଣ୍ଡା ବଜାରରେ ପହଂଚିବା ପରେ ଭଦ୍ରକ ଏସପିଙ୍କ ଏହି ବିଷୟରେ ଅବଗତ କରାଇବା ସହ ଘଟଣା ସ୍ଥଳରୁ ଗୋଟିଏ ଅଫୁଟା ଖୋକା ପାଇଥିଲା। ଖବର ଲେଖା ହେବା ବେଳକୁ ପୁଲିସର ତଦନ୍ତ ଚାଲିଥିବା ବେଳେ ଫେରାର ହୋଇଥିବା ଯୁବକ ମାନଙ୍କ ପତା କିଛି ମିଳି ନଥିବା ଜଣାଯାଇଛି।