- ବିହାରରେ ୧୭ରୁ ଆରମ୍ଭ ହେବ ଇଣ୍ଡିଆ ମେଂଟର ଭୋଟ୍ ଅଧିକାର ଯାତ୍ରା
- ପଞ୍ଚାୟତିରାଜ ବ୍ୟବସ୍ଥାକୁ ବିଜେପି ସବୁବେଳେ ନଷ୍ଟ କରି ଆସୁଛି : ଭକ୍ତ ଚରଣ ଦାସ୍
- ସରକାରୀ ବିଲ୍ଡିଂ ରଙ୍ଗ ପରିବର୍ତ୍ତନରେ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ
- ଭୋଟ ଚୋରି ମାଧ୍ୟମରେ ଗଣତନ୍ତ୍ରକୁ ହତ୍ୟା କରିଛି ବିଜେପି- ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ
- ନାରୀଙ୍କ ପାଇଁ ଅସୁରକ୍ଷିତ ହେଉଛି ଓଡ଼ିଶା, କୁମ୍ଭକର୍ଣ୍ଣ ନିଦ୍ରାରେ ସରକାର : ଭକ୍ତ
ଗୋପାଳପୁର ବେଳାଭୂମିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା : ୧୦ ଅଭିଯୁକ୍ତଙ୍କ ଡିଏନଏ ନମୂନା ସଂଗ୍ରହ

ଗଞ୍ଜାମ:- ଗୋପାଳପୁର ବେଳାଭୂମିରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଂଚର ଦୁଇଟି ଟିମ୍ ବ୍ରହ୍ମପୁରରେ ଦୁଇ ଦିନ ହେଲା ଡେରା ପକାଇ ତଦନ୍ତ କରୁଛନ୍ତି । ଗୋଟିଏ ଟିମ୍ ରେ ପୁରୁଷ ଅଧିକାରୀ ମାନେ ଥିବା ବେଳେ ଅନ୍ୟ ଏକ ଟିମ୍ ରେ ମହିଳା ଅଧିକାରୀ ମାନେ ରହି ତଦନ୍ତ କରୁଛନ୍ତି । ଆଜି ସକାଳୁ ପୀଡ଼ିତା ଛାତ୍ର୍ରୀଙ୍କ ପୁରୁଷ ବନ୍ଧୁଙ୍କୁ ଗୋପାଳପୁର ଥାନାରେ ଘଂଟାଏରୁ ଅଧିକ ସମୟ ଧରି ଜେରା କରିଛନ୍ତି ।
ଅନ୍ୟପକ୍ଷରେ ଘଟଣାରେ ଜଡ଼ିତ ୧୦ ଜଣ ଅଭିଯୁକ୍ତଙ୍କର ଡିଏନଏ ନମୂନା ସଂଗ୍ରହ ହୋଇଛି । କ୍ରାଇମବ୍ରାଂଚ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରିବ ବୋଲି କ୍ରାଇମବ୍ରାଂଚ ଟିମ୍ ସୂଚନା ଦେଇଛନ୍ତି । ଏତଦ୍ ବ୍ୟତୀତ କ୍ରାଇମବ୍ରାଂଚ ଟିମ୍ ବିଭିନ୍ନ ସ୍ଥାନକୁ ଯାଇ ତଦନ୍ତ କରୁଛି । ପୀଡ଼ିତାଙ୍କ ବୟାନକୁ ଅଡ଼ିଓ ଭିଜୁଆଲରେ ରେକର୍ଡ଼ କରାଯାଇଛି ।
ଅଭିଯୋଗ ମୁତାବକ, ୧୫ ତାରିଖ ଅପରାହ୍ନରେ ବ୍ରହ୍ମପୁରର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଜଣେ ଛାତ୍ର ବନ୍ଧୁଙ୍କ ସହ ସମ୍ପୃକ୍ତ ଛାତ୍ରୀ ଗୋପାଳପୁର ବୁଲିବାକୁ ଆସିଥିଲେ । ସଂନ୍ଧ୍ୟାରେ ପାନ୍ଥନିବାସ ବେଳାଭୂମି ନିକଟରେ ଉଭୟେ ବସି ଗପସପ କରୁଥିବା ବେଳେ ୧୦ ଜଣ ଯୁବକ ୩ଟି ମୋଟରସାଇକେଲରେ ବେଳାଭୂମିରେ ପହଂଚି ଥିଲେ । ସେମାନେ ସେଠାରେ ମଦ୍ୟପାନ କରିବା ସହ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ପୁରୁଷ ବନ୍ଧୁ ଜଣକ ପ୍ରତିବାଦ କରିବାରୁ ତାଙ୍କୁ ଆକ୍ରମଣ କରିଥିଲେ । ପରେ ପୀଡ଼ିତା ଏ ସଂକ୍ରାନ୍ତରେ ଗୋପାଳପୁର ଥାନାରେ ଏତଲା କରିଥିଲେ । ଏତଲାକୁ ଭିତି କରି ପୋଲିସ ଏକ ଗଣଦୁଷ୍କର୍ମ ମାମଲା ରୁଜ୍ଜୁ କରିଥିଲା । ଘଟଣାରେ ଜଡ଼ିତ ୧୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । କ୍ରାଇମବ୍ରାଂଚ ଓ ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି ।