Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ନାତିର ଟାଙ୍ଗିଆ ଚୋଟରେ ଅଜାର ମୃତ୍ୟୁ
FMNEWS.IN
17-03-2025
ଜୟପୁର, ୧୭ ମାର୍ଚ୍ଚ - ନାତିର ଟାଙ୍ଗିଆ ଚୋଟରେ ଅଜାର ମୃତ୍ୟୁ ହୋଇଥିବା ନେଇ ସୋମବାର ଜୟପୁର ସଦର ଥାନାରେ ଅଭିଯୋଗ ହୋଇଛି । ଜୟପୁର ସୌରାଗୁଡାର ରତ୍ନା ନାଗ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲେ ଯେ, ୧୬.୩.୨୫ ତାରିଖରେ ରାତ୍ର ୮ଟାରେ ଅଭିଯୁକ୍ତ ନାତି ବିଶ୍ୱନାଥ ସୌରା ଏକ ଟାଙ୍ଗିଆରେ ଅଜା ଘନପତି ସୌରାକୁ ଆକ୍ରମଣ କରିଥିଲା । ଅଭିଯୁକ୍ତ ବିଶ୍ୱନାଥ ସୌରାଙ୍କ ପତ୍ନି ସୁଭଦ୍ରା ସୌରା ଆକ୍ରମଣ କରିବାକୁ ମନା କରିଥିଲେ ମଧ୍ୟ ବିଶ୍ୱନାଥ ଶୁଣିନଥିଲେ । ଟାଙ୍କିଆ ଆକ୍ରମଣରେ ଘନପତି ସୌରା ଗୁରୁତର ହୋଇ ପଡିଥିଲେ । ତାଙ୍କୁ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ବୋହୁ ରତ୍ନା ନାଗଙ୍କ ଲିଖିତ ଅଭିଯୋଗ କ୍ରମେ ଜୟପୁର ସଦର ପୋଲିସ ୮୪/୨୫ ରେ ଏକ ହତ୍ୟା ମାମଲା ରୁଜୁ କରିଛି । ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ତଦନ୍ତ କରି ଫେରିଥିବା ବିଷୟ ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।