Breaking News
- ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
- ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
- ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି
- ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୩୧୨ କୋଟି ଟଙ୍କାର ଘଟଗାଁ ତାରିଣୀ ମନ୍ଦିର ବିକାଶ ପ୍ରକଳ୍ପର ଶୁଭାରମ୍ଭ କଲେ
- ଗୋଆରେ ନାଇଟ୍ କ୍ଲବରେ ସିଲିଣ୍ଡର ବିସ୍ଫୋରଣ ପରେ ଲାଗିଲା ନିଆଁ, 23 କର୍ମଚାରୀଙ୍କ ମୃତ୍ୟୁ
ନାତିର ଟାଙ୍ଗିଆ ଚୋଟରେ ଅଜାର ମୃତ୍ୟୁ
FMNEWS.IN
17-03-2025
ଜୟପୁର, ୧୭ ମାର୍ଚ୍ଚ - ନାତିର ଟାଙ୍ଗିଆ ଚୋଟରେ ଅଜାର ମୃତ୍ୟୁ ହୋଇଥିବା ନେଇ ସୋମବାର ଜୟପୁର ସଦର ଥାନାରେ ଅଭିଯୋଗ ହୋଇଛି । ଜୟପୁର ସୌରାଗୁଡାର ରତ୍ନା ନାଗ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲେ ଯେ, ୧୬.୩.୨୫ ତାରିଖରେ ରାତ୍ର ୮ଟାରେ ଅଭିଯୁକ୍ତ ନାତି ବିଶ୍ୱନାଥ ସୌରା ଏକ ଟାଙ୍ଗିଆରେ ଅଜା ଘନପତି ସୌରାକୁ ଆକ୍ରମଣ କରିଥିଲା । ଅଭିଯୁକ୍ତ ବିଶ୍ୱନାଥ ସୌରାଙ୍କ ପତ୍ନି ସୁଭଦ୍ରା ସୌରା ଆକ୍ରମଣ କରିବାକୁ ମନା କରିଥିଲେ ମଧ୍ୟ ବିଶ୍ୱନାଥ ଶୁଣିନଥିଲେ । ଟାଙ୍କିଆ ଆକ୍ରମଣରେ ଘନପତି ସୌରା ଗୁରୁତର ହୋଇ ପଡିଥିଲେ । ତାଙ୍କୁ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଏନେଇ ବୋହୁ ରତ୍ନା ନାଗଙ୍କ ଲିଖିତ ଅଭିଯୋଗ କ୍ରମେ ଜୟପୁର ସଦର ପୋଲିସ ୮୪/୨୫ ରେ ଏକ ହତ୍ୟା ମାମଲା ରୁଜୁ କରିଛି । ସାଇଣ୍ଟିଫିକ ଟିମ, ସନ୍ଧାନୀ କୁକୁର ତଦନ୍ତ କରି ଫେରିଥିବା ବିଷୟ ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।