- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ସ୍ତ୍ରୀକୁ ମାରିବାକୁ ଯାଇ ନିଜ ଜୀବନ ହରାଇଛି ସ୍ୱାମୀ
ଖୋର୍ଦ୍ଧା, ୨୭ ଏପ୍ରିଲ୍ - ସ୍ତ୍ରୀକୁ ମାରିବାକୁ ଯାଇଥିବା ବେଳେ ନିଜ ଜୀବନ ହରାଇଛି ସ୍ୱାମୀ। ଗୁରୁତର ଅବସ୍ଥାରେ ସ୍ତ୍ରୀ ଓ ଶାଶୁ ଚିକିତ୍ସା ହେଉଛନ୍ତି।ଗତକାଲି ବିଳମ୍ବିତ ରାତିରେ ଶ୍ୱଶୁର ଘରେ ତୁମୁଳକାଣ୍ଡ ଘଟାଇଥିବା ଜ୍ୱାଇଁ ଆକ୍ରମଣର ଶିକାର ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ଜଟଣୀ ନିକଟ ଇନ୍ଫୋଭ୍ୟାଲି ଥାନା ଅନ୍ତର୍ଗତ ଗ୍ରାମଡିହ ଗାଁରେ । ମୃତ ବ୍ୟକ୍ତି ହେଲେ ଦିବାକର ବସ୍ତିଆ।
ଅଭିଯୋଗ ଅନୁଯାୟୀ, ଗ୍ରାମଡିହ ଗାଁର ପ୍ରମୋଦ ଜେନାଙ୍କ ଝିଅ ଲକ୍ଷ୍ମୀପ୍ରିୟା ପାରିବାରିକ କଳହ ଯୋଗୁଁ ପ୍ରାୟ ଦେଢ଼ ବର୍ଷ ହେଲା ଶାଶୁଘର ଛାଡ଼ି ବାପଘରେ ରହି ଆସୁଛନ୍ତି। ଶନିବାର ବିଳମ୍ବିତ ରାତିରେ ଜ୍ୱାଇଁ ଦିବାକର ବସ୍ତିଆ ଶ୍ୱଶୁର ଘରେ ପହଂଚି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଏଥିରେ ସ୍ତ୍ରୀ ଲକ୍ଷ୍ମୀପ୍ରିୟାଙ୍କୁ ହତ୍ୟା କରିବାର ଉଦ୍ଦେଶ୍ୟ ରଖିଥିଲେ ବୋଲି କୁହାଯାଉଛି। ଏପରିକି ଦିବାକର ବିଳମ୍ବିତ ରାତିରେ ନିଜ ସ୍ତ୍ରୀ ଓ ଶାଶୁଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ତେବେ ମା- ଝିଅଙ୍କୁ ଆକ୍ରମଣରୁ ରକ୍ଷା କରିବାକୁ ପ୍ରମୋଦଙ୍କ ପରିବାର ଲୋକେ ଦିବାକର ଉପରେ ପାଲଟା ଆକ୍ରମଣ କରିଥିଲେ। ଏଥିରେ ଦିବାକର ଆହତ ହୋଇଥିଲା। ତାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଜ୍ୱାଇଁର ଆକ୍ରମଣରେ ଗୁରୁତର ସ୍ତ୍ରୀ ଓ ଶାଶୁ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଖବର ପାଇ ଇନଫୋଭ୍ୟାଲି ପୋଲିସ ଘଟଣାସ୍ଥଳରେ ପହଂଚି ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।