- ମିଥ୍ୟା ଶପଥ ପାଠ ପାଇଁ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରାଯାଉ- କଂଗ୍ରେସ
 - ନିଶା ମାଙ୍କଡ଼ିଆ ମୃତ୍ୟୁକୁ ଗଣମାଧ୍ୟମ କାହିଁକି ଏତେ ଗୌଣ ଦେଖୁଛନ୍ତି
 - ଆଗରୁ ଭୋଟ ଚୋରି କରୁଥିଲେ ଏବେ ପ୍ରାର୍ଥୀ ଚୋରି କରିଛନ୍ତି : ନବୀନ ପଟ୍ଟନାୟକ
 - ବିଜେଡି ନିଜ ପାର୍ଟିର ହୋଇ ପାରିଲାନି କି ମାଟିର ମଧ୍ୟ ହେଲାନି : କଂଗ୍ରେସ
 - ବୈଷ୍ଣବ ଓ ପାଣ୍ଡିଆନ ଯୋଡିଙ୍କ ଖେଳ : ନୂଆପଡା ଉପନିର୍ବାଚନ ପାଇଁ ନୂଆଦିଲ୍ଲୀରେ ହୋଇଥିଲା ଡିଲ
 
ପରକ୍ରିୟା ପ୍ରୀତିରେ ଉବୁ ଟୁବୁ ସ୍ୱାମୀ, ଉଲଗ୍ନ କରି ସ୍ତ୍ରୀକୁ ମାଡ ମାରି ହତ୍ୟା କଲା ସ୍ୱାମୀ
              ଭଦ୍ରକ, ୨୫ ଡିସେମ୍ବର: - ସାତ କଳସ ଆଠ ଦିପ କୁ ସାକ୍ଷୀ ରଖି ବୈଦିକ ରିତି ନୀତି ରେ ବାହାଘର ପରେ ପୁଣି ସ୍ୱାମୀ ଅନ୍ୟ ନାରୀ ସହିତ ସମ୍ପର୍କ ରଖି ନିଜ ସ୍ତ୍ରୀକୁ ହତ୍ୟା। ଏପରି ଏକ ଘଟଣା କୁ ନେଇ ଧାମନଗର ଅଂଚଳ ରେ ଚର୍ଚ୍ଚାର ବିଷୟ ହୋଇଛି। ଧାମନଗର ବ୍ଲକ୍ ଧୂଷୁରୀ ଥାନା ଅନ୍ତର୍ଗତ ଭଟସାହି ପଂଚାୟତ ବାମଦେବପୁର ଗ୍ରାମର ବିଦ୍ୟାଧର ପଣ୍ଡାଙ୍କ ଝିଅ ହାସ୍ୟମୟୀ ଧାମନଗର ଥାନା ଅଧୀନ ବିଷ୍ଣୁପୁର ଗ୍ରାମର ରାମଚନ୍ଦ୍ର ପାଣିଗ୍ରାହୀଙ୍କ ପୁଅ ପ୍ରଦୀପ ପାଣିଗ୍ରାହୀଙ୍କୁ ୧୪ ବର୍ଷ ତଳେ ବୈଦିକ ରୀତିରେ ବିବାହ କରିଥିଲେ । ନିଶାସକ୍ତ ସ୍ୱାମୀ ପ୍ରଦୀପ ଠାରୁ ବାରମ୍ବାର ଶାରୀରିକ ନିର୍ଯାତନା ଓ ଅନ୍ୟ ମହିଳାଂକ ସହ ସମ୍ପର୍କ ହାସ୍ୟମୟୀ ଙ୍କ ମୃତ୍ୟୁର କାରଣ ବୋଲି ବାପଘର ଲୋକେ ଅଭିଯୋଗ କରିଛନ୍ତି।ହାସ୍ୟମୟି ଦେହର ବିଭିନ୍ନ ସ୍ଥାନରେ ମାଡ଼ ଆଘାତ ତାର ସ୍ପଷ୍ଟ ପ୍ରମାଣ ବୋଲି ହାସ୍ୟମୟୀ ଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ପ୍ରାୟ ବର୍ଷକ ତଳେ ଏହିଭଳି ଅମାନୁଷିକ ମାଡ଼ରେ ହାସ୍ୟମୟୀ ଦୀର୍ଘଦିନ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ପରେ ଉଭୟ ଗ୍ରାମର ଭଦ୍ର ଲୋକମାନଙ୍କ ଦ୍ୱାରା ଆପୋଷ ସମାଧାନ ହୋଇଥିଲା। ଏଥର ପ୍ରଦୀପ ଓ ତାଙ୍କ ସହ ଯୋଗି ଏବଂ ପରିବାରର ଲୋକ ତାଙ୍କୁ ପିଟି ପିଟି ଲଙ୍ଗଳା କରି ମାରି ଟଙ୍ଗାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ବୋଲି ଧାମନଗର ଥାନାରେ ମୃତା ଙ୍କ ବାପଘର ପକ୍ଷରୁ ଅଭିଯୋଗ ହୋଇଛି । ପରିବାର ଲୋକଙ୍କ ଠାରୁ ଖବର ପାଇ ଧାମନଗର ପୋଲିସ ଘଟଣା ସ୍ଥଳରେ ପହଂଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣା ଯାଇଛି। ମୃତା ହାସ୍ୟମୟୀ ଙ୍କ ର ୧୦ ବର୍ଷର ଗୋଟିଏ ଝିଅ ଓ ୫ ବର୍ଷର ପୁଅଟିଏ ଅଛି। ତାଙ୍କ ଭାଇ ବିଚିତ୍ର ପଣ୍ଡା ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି। ଧାମନଗର ପୁଲିସ ଥାନା କେସ ନଂ ୫୫୪/୨୪ ଦଫା ୮୫,୧୦୩,୩ (୫)ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ମୂଖ୍ୟ ଅଭିଯୁକ୍ତ ପ୍ରଦୀପ କୁ ଧାମନଗର ପୋଲିସ ଗିରଫ କରିଚି। ବୁଧବାର ସଂଧ୍ୟା ରେ ହାସ୍ୟମୟୀ ଙ୍କ ପରିବାର ଲୋକ ଧାମନଗର ଥାନରେ ପହଂଚି ତାଂକ ପରିବାର ଲୋକ ଓ ସହଯୋଗୀ କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି।