Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ଗଂଜେଇ ଚୋରା ଚାଲାଣ ମାମଲା : ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ ସହ ଏକ ଲକ୍ଷ ଟଙ୍କା ଜୋରିମାନା
FMNEWS.IN
28-01-2025
ଗଂଜାମ, ୨୮ ଜାନୁଆରୀ - ଗଂଜେଇ ଚୋରା ଚାଲାଣ ମାମଲାର ବିଚାରଣା କରି ବ୍ରହ୍ମପୁରର ଅତିରିକ୍ତ ଜିଲା ଜଜ୍ ଡଃ. ଇନ୍ଦୁ ଭୂଷଣ ଶର୍ମା ଅଭିଯୁକ୍ତକୁ ଦୋଷୀ ସାବ୍ଯସ୍ତ କରିବା ସହ ତାଙ୍କ ରାୟରେ ୧୦ ବର୍ଷ କାରାଦଣ୍ଡ ଓ ଏକଲକ୍ଷ ଟଂକା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ସ୍ଥଳେ ଅଧିକ ଏକବର୍ଷ କାରାଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ଜଣକ ହେଲେ ଝାଡଖଣ୍ଡ ଜାମସେଦପୁରର ମହମଦ ସାକିବ (୨୪)।