- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ଜ୍ୱାଇଁକୁ ମାଡ଼ ମାରି ଲହୁଲୁହାଣ ପରେ କିଡନାପ କଲେ ଶଶୁର ଘର ଲୋକ
ଘଟଗାଁ ୨୫ ଡିସେମ୍ବର - ଜ୍ୱାଇଁ କୁ ମାଡ଼ ମାରି ଲହୁଲୁହାଣ କରିବା ପରେ ଶଶୁର ଘର ଲୋକ କିଡନାପ କରିନେବା ପରେ ପୋଲିସ ତାଙ୍କୁ ଉଦ୍ଧାର କରିଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ନୂଆଗାଁ ଗ୍ରାମର ଜଗତ ମୋହନ ବେହେରା ଙ୍କ ପୁଅ ମଳୟ କୁମାର ବେହେରା ୭ ମାସ ତଳେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ବାହାବଳପୂର ଗ୍ରାମରସରୋଜ କୁମାର ରାଉତ୍ ଙ୍କ ଝିଅ ପ୍ରଭାସିନୀ ରାଉତଙ୍କୁ ବୈଦିକ ରୀତିନୀତି ରେ ବିବାହ କରିଥିଲା । ବିବାହ ପର ଠାରୁ ବୋଉ ଓ ପୁଅ ସହିତ ଭଳ ଭାବରେ ମୀଳା ମିଶା କରୁନଥିଲା ଏଥି ସହିତ ଘରେ ବିଭିନ୍ନ ଆଳ ଦେଖାଇ ବୋଉ ବିଶୃଙ୍ଖଳା ସୃଷ୍ଟି କରିଥିବା ବେଳେ ଅନେକ ସମୟରେ ଫୋନ ଯୋଗେ ମିଛସତ କହିବା ରୁ ବାପ ଘର ଲୋକ ମଳୟ ପରିବାର ଲୋକଙ୍କୁ ଫୋନ ରେ ଗାଳି ଗୁଲଜ କରିବା ସହିତ ଦୁର୍ବ୍ୟବହାର କରି ଅନେକ ଥର ମାଡ଼ ମାରି ଥିବା ଅଭିଯୋଗ ହୋଇଛି। ହଠାତ୍ ୨୪ ତାରିଖ ଘରେ କୌଣସି ପାଟିତୁଣ୍ଡ ନଥିବା ବେଳେ ସନ୍ଧ୍ୟା ୭ ଟା ସମୟରେ ବୋଉ ପ୍ରଭାସିନୀ ବାପାଙ୍କୁ ଯୋଗେ କଥାବାର୍ତା ହେଉଥିବା ଦେଖିବାକୁ ମିଳିଥିଲା ଏହାର ୫ ଘଂଟା ପରେ ପାଖାପାଖି ରାତି ୧୧.୪୦ ସମୟରେ ପରିବାର ଲୋକ ଶୋଇଥିବା ବେଳେ ପ୍ରଭାସିନୀ ର ବାପା ସରୋଜ କୁମାର ବେହେରାଙ୍କ ସହିତ କିଛି ଗୁଣ୍ଡା ଶ୍ରେଣୀୟ ଲୋକ ପହଂଚି ଘର କବାଟକୁ ବାଡେଇଥିଲେ। କବାଟ ଖୋଲିଲା ପରେ ମୋର ଝିଅ ପ୍ରଭାସିନୀ କୁନେଇଯିବି ବୋଲି କହିବା ସହିତ ଜ୍ୱାଇଁ ମଳୟ କୁ ମିଳିତ ଭାବେ ମାଡ଼ ମାରି ଲହୁ ଲୁହାଣ କରିଥିଲେ ଏଥିରେ ମଳାୟର ମା ରୁକ୍ମିଣୀ ବେହେରା ପ୍ରତିରୋଧ କରିବାରୁ ତାଙ୍କୁ ମଧ୍ୟ ଶାଢ଼ୀ ଟାଣି ମାଡ଼ମାରିଥିବା ଅଭିଯୋଗ ହୋଇଛି । ଏତିକିରେ ରାଗ ସରିଲାନି ମଳୟକୁ ମାଡ଼ମାରି ଲହୁ ଲୁହାଣ ଅବସ୍ଥାରେ ଝିଅ ସହିତ ଜ୍ୱାଇଁକୁ ଜୋର ଜବରଦସ୍ତ ଗାତିରେ କିଡ଼ନାପ କରିନେଇଥିଲେ। ସମ୍ପର୍କ ରେ ମଳାୟର ବାପା ମୋହନ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିବା ପରେ ପୋଲିସ ପୁଅକୁ ଉଦ୍ଧାର କରିଥିବାବେଳେ ଅପରାଧି ଏଯାଏ ଗିରଫ ହୋଇନଥିବା ଜଣାପଡ଼ିଛି ।