- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
କେନ୍ଦୁଝରରେ ପିତୃହନ୍ତାକୁ ୭ ବର୍ଷ ଜେଲ ଦଣ୍ଡ ଶୁଣାଇଲେ ଏଡିଜେ କୋର୍ଟ
(FMNews):--କେନ୍ଦୁଝର ଏଡିଜେ କୋର୍ଟର ବିଚାରପତି ମମିତା ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ବିଚାର କରି ଆସାମୀ ପ୍ରଶାନ୍ତ କୁମାର ମହାକୁଡ(୩୮), ପିତା- ଅନିରୁଦ୍ଧ ମହାକୁଡ, ଗ୍ରାମ -କାଠବାରୀ, ଥାନା- ସଦର କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇବା ସହ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ତା ୨୫/୯/୨୦୨୨ ରିଖ ସନ୍ଧ୍ୟା ୫ଟାରେ ଆସାମୀ ଅତ୍ୟଧିକ ମଦ୍ୟପାନ କରି ନିଜ ବାପା ଅନିରୁଦ୍ଧ ମହାକୁଡ ଙ୍କୁ ଗୋଇଠା ବିଧା ମାରି ବେହୋସ କରି ଦେଇଥିଲେ । ତା ପର ଦିନ ମେଡିକାଲ ନେବାରୁ ଡାକ୍ତର ଅନିରୁଦ୍ଧଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ଥାନାରେ ଘର ଲୋକ ଲିଖିତ ଅଭିଯୋଗ କରିବାରୁ ସଦର ଥାନା କେଶ ନଂ ୩୯୪ ତା ୨୭/୯/୨୦୨୨ ରିଖରେ ଏକ ହତ୍ୟା ମାମଲା ରୁଜୁ ହୋଇ ଆସାମୀକୁ କୋର୍ଟ ଚାଲାଣ କରାଯାଇଥିଲା । ମଙ୍ଗଳବାର ଏଡିଜେ କୋର୍ଟର ବିଚାରପତି ମମିତା ଦାସ ୧୨ ଜଣ ସାକ୍ଷୀଙ୍କ ବୟାନକୁ ଭିତି କରି ଆସାମୀକୁ ଦଫା ୩୦୪ ଆଇପିସି ରେ ଦୋଷୀ ପାଇ ଉପରୋକ୍ତ ରାୟ ଶୁଣାଇଛନ୍ତି । ସରକାରଙ୍କ ତରଫରୁ ଅତିରିକ୍ତ ପିପି ପ୍ରଫୁଲ୍ଲ କୁମାର ପାତ୍ର କେଶ ପରିଚାଳନା କରିଥିଲେ ।