- କଂଗ୍ରେସ ସଂଗଠନ ସୃଜନ ଅଭିଯାନ : ତୃତୀୟ ଦିନରେ ଓଡିଶା ପହଁଞ୍ଚିଲେ ୭ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ
- 2025 ମସିହା ଶେଷକୁ ଜନଗଣନା ଆରମ୍ଭ ହେବ- ରାଜସ୍ୱ ମନ୍ତ୍ରୀ
- ‘ଭୋଟର ଅଧିକାର ଯାତ୍ରା’ ବିପ୍ଲବ ସମଗ୍ର ଦେଶକୁ ବ୍ୟାପିବ: ରାହୁଲ ଗାନ୍ଧୀ
- ନଭେମ୍ବର କିମ୍ବା ଡିସେମ୍ବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ
- ମୁଖ୍ୟମନ୍ତ୍ରୀ ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳକୁ ନିସର୍ତ କ୍ଷମା ମାଗନ୍ତୁ
କେନ୍ଦୁଝର :ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଦଣ୍ଡାଦେଶ
(FMNews):--କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ପଣ୍ଡାପଡା ଥାନା ଅନ୍ତର୍ଗତ ସାରିଆ ଗାଁର ମକୁର ଜୁଆଙ୍ଗ(୩୫), ପିତା-କାଠେ ଜୁଆଙ୍ଗକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ପୀଡିତା ୧୪ ବର୍ଷର ନାବାଳିକା ତା ୧/୨/୨୦୧୯ ରିଖରେ ଆଶ୍ରମ ସ୍କୁଲରେ ପଢୁଥିବା ସମୟରେ ଆସାମୀ ପୀଡିତାର ଭାଉଜକୁ ନେଇ ଆଶ୍ରମ ସ୍କୁଲରୁ ପୀଡିତାର ଭାଇ ଡାକୁଥିବା କହି ନେଇ ଆସି ପୀଡିତାର ଭାଉଜକୁ ଘରେ ଛାଡିବା ପରେ ପୀଡିତାକୁ ତା ଭାଇ ପାଖକୁ ନେଇଯିବ କହି ମଝି ରାସ୍ତାରେ ଏକ ଜଙ୍ଗଲରେ ଦୁଷ୍କର୍ମ କରି ତାକୁ ଜୋରଜବରଦସ୍ତ ତା ଘରକୁ ନେଇ ଅଟକ ରଖିବା ସହ ପୀଡିତାର ଭାଇ ଆସାମୀର ଧାର ନେଇଥିବା ଟଙ୍କା ଫେରସ୍ତ ନକଲେ ତାକୁ ଛାଡିବ ନାହିଁ ବୋଲି କହିଥିଲା । ପରେ ପୀଡିତାର ବାପା ଓ ମାଆ , ସ୍କୁଲର ପ୍ରଧାନଶିକ୍ଷକ ଯାଇ ପୀଡିତାକୁ ଉଦ୍ଧାର କରି ଥାନାରେ ଲିଖିତ ଅଭିଯୋଗ କଲା ପରେ ପଣ୍ଡାପଡା ଥାନା କେଶ ନଂ ୮ ତା ୫/୨/୨୦୧୯ ରିଖରେ କେଶ ରୁଜୁ ହୋଇ ଆଇପିସି ଦଫା ୩୪୨/୩୭୬(୩) ଏବଂ ପୋକ୍ସ ଧାରା ୪ ରେ ଆସାମୀକୁ କୋର୍ଟ ଚାଲାଣ କରାଯାଇଥିଲା। ମଙ୍ଗଳବାର ଦିନ ଫାଷ୍ଟଟ୍ରାକ୍ କୋର୍ଟର ବିଚାରପତି ୨୧ ଜଣ ସାକ୍ଷୀଙ୍କ ବୟାନକୁ ଭିତି କରି ଉପରୋକ୍ତ ଦଣ୍ଡାଦେଶ ରାୟ ଶୁଣାଇବା ସହ ପୀଡିତାକୁ ୫ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ନିମନ୍ତେ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ର ନାଥ ଜେନା କେଶ ପରିଚାଳନା କରୁଥିଲେ ।