Breaking News
- କରାଚୀ ସପିଂ ପ୍ଲାଜାରେ ନିଆଁ ଲାଗି ମୃତ୍ୟୁବରଣ କରିଥିବା ଲୋକଙ୍କ ସହଖ୍ୟା 8ରେ ପହଂଚିଲା, 58ରୁ ଅଧିକ ନିଖୋଜ
- ଶିଳ୍ପପତିମାନେ ଝାରସୁଗୁଡା ସ୍ୱାର୍ଥକୁ ଅଣଦେଖା କରିଛନ୍ତି : ଭକ୍ତ
- ଯଦି କଂଗ୍ରେସ ପାଇଁ କାର୍ଯ୍ୟ କରିବା ନାହିଁ ତେବେ ତାହା ନିଜ ପ୍ରତି ବିଶ୍ୱାସଘାତକତା ହେବ- ଭକ୍ତ
- ନିର୍ମମ ବ୍ୟବହାର କରି କଣ ଆମେ ଧର୍ମ ପ୍ରସାର କରି ପାରିବା ? : ଭକ୍ତ
- ଅନୁଗୁଳ ଜିଲ୍ଲା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ
ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍
FMNEWS.IN
26-01-2025
ଭୁବନେଶ୍ୱର, 26 ଜାନୁୟାରୀ - ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ । ନୟାପଲ୍ଲୀ ଘରୁ ଲୁଟ ହୋଇଛି । ସୁନା, ଗହଣା ଓ ନଗଦ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ନୟାପଲି ଥାନା ପୋଲିସ ପହଂଚି ଖୋଳ ତାଡ କରୁଛି । ଘରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ତଦନ୍ତ କରୁଛି ପୋଲିସ । ସିସିଟିଭିରେ ଜଣେ ଲୁଟେରା ମୁହଁରେ କପଡା ବାନ୍ଧି ପଶୁଥିବା ଚିତ୍ର ସାମ୍ନାକୁ ଆସିବା ପରେ ପୋଲିସ ସେ ଦିଗରେ ତଦନ୍ତ କରୁଛି । ରାତି 2.30ବେଳେ ଘରେ ପଶିଥିଲେ ଲୁଟେରା । ପାଖାପଖି ୧ ଘଣ୍ଟା ଘରେ ଲୁଟ ପାଟ କରୁଥିବା ଅଭିଯୋଗ ହୋଇଛି । ଲୁଟ ସମୟରେ ଘରେ ଥିଲେ କଂଗ୍ରେସ ନେତା ନିରଞ୍ଜନ ପଟନାୟକ, ତାଙ୍କ ପତ୍ନୀ ଏବଂ ନାତି । ଶବ୍ଦ ଶୁଣି ଆସିଲା ବେଳକୁ ଭିତରୁ ପଟୁ କବାଟ ଲକ୍ କରି ଝରକା ପଟେ ଡେଇଁ ଛୁ ମାରିଥିଲେ ଲୁଟେରା । ନୟାପଲି ଭିଆଇପି ଅଞ୍ଚଳରେ ଏଭଳି ଲୁଟ କମିସନରେଟ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।