Breaking News
- ଆଜି ସନ୍ଧ୍ୟାରେ ବସିବ ବିଜେଡିର ପିଏସି ବୈଠକ
- ଦୁର୍ନୀତିରେ ପୂର୍ବ ସରକାରକୁ ବର୍ତ୍ତମାନ ସରକାର ଟପିଗଲେଣି- ଅଶୋକ ଦାସ
- ଜାତୀୟ ସବ୍ ଜୁନିୟର ଭଲିବଲ୍ ଚାମ୍ପିୟନସିପ୍ରେ ଟିଏସ୍ଏଫ୍ର ୬ ଖେଳାଳି ସାମିଲ
- ସମାଜସେବୀ କିମ୍ବା ଦଳର ଜଣେ ବରିଷ୍ଠ ନେତା କଂଗ୍ରେସର ରାଜ୍ୟସଭା ପ୍ରାର୍ଥି ହୋଇପାରନ୍ତି- ରାମଚନ୍ଦ୍ର କାଡ଼ାମ
- ବଦଳିବ ଜିଡିପି ମାପର ତରିକା, ଫେବୃୟାରୀ 27ରେ ଆସିବ ତୃତୀୟ ତ୍ରୈମାସିକ ସଂଖ୍ୟା
ମହିଳାଙ୍କ ଫଟୋ ସହ ନିଜ ଫଟୋ ଯୋଡ଼ି ଭିଡିଓ ଭାଇରାଲ ଅଭିଯୋଗ, ଯୁବକ ଗିରଫ
FMNEWS.IN
18-01-2025
ଭଦ୍ରକ - ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ କାଁପଡ଼ା ଗ୍ରାମର ମଳୟ ମଳିକ ନାମକ ଜଣେ ଯୁବକ ନିଜ ଫଟୋକୁ ଜଣେ ମହିଳାଙ୍କ ସହ ଯୋଡ଼ି ଭିଡିଓ ଭାଇରାଲ କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପୁଲିସ ୧୯/୨୫ରେ ଏକ ମକଦ୍ଦମା ରୁଜୁ କରି ଅଭିଯୁକ୍ତ ମଳୟକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି। ଅଭିଯୋଗରୁ ପ୍ରକାଶ ଯେ, ମହିଳାଙ୍କ ସ୍ୱାମୀ ବାହାରେ ରୁହନ୍ତି। ଯୁବକ ଜଣକ ମହିଳା ତାଙ୍କ କଥାରେ ରାଜି ନହେଲେ ତାଙ୍କ ଭିଡିଓ ଭାଇରାଲ କରିଦେବ ବୋଲି କହି ନିଜ ଫଟୋକୁ ମହିଳାଙ୍କ ସହ ଯୋଡ଼ି ଭାଇରାଲ କରିଥିବା ଅଭିଯୋଗ ହୋଇଛି।