BIG NEWS
ଆନ୍ଧ୍ର ପ୍ରଦେଶରେ ଖାଇକୁ ଖସିଲା ବସ୍ , ୯ ଜଣ ଯାତ୍ରୀ ମୃତ, ୧୦ ଜଣଙ୍କ ଅବସ୍ଥା ଗୁରୁତର
ଏସଆଇଆରର ତଦାରଖ ନିମନ୍ତେ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ନିର୍ବାଚନ ଆୟୋଗ
ରାହୁଲ ଗାନ୍ଧୀ ସଂସଦରେ ପ୍ରଦୂଷଣ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ପାଇଁ କଲେ ଦାବି

ଏକତରଫା ପ୍ରେମ କରି ରଶିକ ପ୍ରେମିକ ଗିରଫ

FMNEWS.IN 15-01-2025
Man arrested for one-sided love: He was threatening to make her fall in love

ଧର୍ମଶାଳା,୧୫ଜାନୁଆରୀ ଏକତରଫା ପ୍ରେମ କରି ରଶିକ ପ୍ରେମିକ ଗିରଫ । ପ୍ରେମରେ ନିରାଶ ହେବା ପରେ ପ୍ରେମିକାଙ୍କ ମୋବାଇଲ ଭାଙ୍ଗି ମାଡ ମାରିବା ସହ ଉପରକୁ ଏସିଡ ପକାଇ ଦେବା ଘଟଣା ଥାନାରେ ଅଭିଯୋଗ ପରେ ପୋଲିସ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଥାନା ଅଂଚଳରେ । ଏଭଳି ଘଟଣାକୁ ନେଇ ଅଂଚଳରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ଗିରଫ ପ୍ରେମିକ ଜଣକ ହେଲେ ଧର୍ମଶାଳା ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମର ଅକ୍ଷୟ ପରିଡାଙ୍କ ପୁଅ ଅଭିନାଶ(୨୭)ବୋଲି ଜଣାପଡିଛି ।

ଅଭିଯୋଗ ମୁତାବକ,ବ୍ରହ୍ମବରଦା ଥାନା ଅନ୍ତର୍ଗତ ବନ୍ଧଡିହ ପଂଚାୟତ ଆଖୁଆକୂଳ ଗ୍ରାମର ସୁଦାମ ନାୟକଙ୍କ ଝିଅ ସବୁ ଦିନ ଏକ ଲୁଗା ଦୋକନକୁ କାମ କରିବାକୁ ଯାଇଥାଏ । ରାସ୍ତାରେ ଯିବା ସମୟରେ ଧର୍ମଶାଳା ଥାନା ଅନ୍ତର୍ଗତ ଭଗବାନପୁର ଗ୍ରାମର ଅକ୍ଷୟ ପରିଡାଙ୍କ ପୁଅ ଅଭିନାଶ ତାଙ୍କୁ ପିଛା କରି ଆସିଥାଏ । କିଛି ଦିନ ପରେ ଯବୁତୀଙ୍କୁ ପ୍ରେମ ନିବେଦନ କରି ବିଫଳ ହୋଇଥିଲା । ପ୍ରେମରେ ନିରାଶ ହେବା ପରେ ଅନେକ ସମୟରେ ଉଭୟଙ୍କ ମଧ୍ୟରେ ସାମାନ୍ୟ ବଚସା ହୋଇଥାଏ । ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହେବା ପରେ ଅଭିନାଶ ଶେଷରେ ଅନେକ ଧମକ ଚମକ ଦେଇ ଥିଲା । ମଙ୍ଗଳବାର ଦିନ ମକର ସଂକ୍ରାନ୍ତି ଅବସରରେ ଯୁବତୀ ଜଣକ ସ୍ଥାନୀୟ ସପ୍ନେଶ୍ୱର ମନ୍ଦିରକୁ ପୂଜା କରିବାକୁ ଯାଇଥିଲେ । କୌଣସି ମତେ ଅଭିନାଶ ଖବର ପାଇ ଉକ୍ତ ମନ୍ଦିରକୁ ଯାଇଥିଲା । ସେଠାରେ ପ୍ରେମ କରିବା ସହ ବିବାହ କରିବାକୁ କହିଥିଲା । ଯୁବତୀ ଏହି କଥାକୁ ଗୁରୁତ୍ୱ ନ ଦେବାରୁ ଅଭିନାଶ ଯୁବତୀଙ୍କ ମୋବାଇଲକୁ ଭାଙ୍ଗି ନିକଟସ୍ଥ ନାଳକୁ ପିଙ୍ଗି ଦେଇଥିଲା । ପରେ ତାଙ୍କୁ ମାଡ ମାରି ଅସଦାଚରଣ କରିବା ସହ ଏସିଡ୍ ପକାଇ ମାରି ଦେବାକୁ ଧମକ ଦେଇଥିଲା । ତେବେ ସେହି ସମୟରେ ପାଟି ତୁଣ୍ଡ ହେବାରୁ ସ୍ଥାନୀୟ ଲୋକେ ଆସିବା ପରେ ଅଭିନାଶ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏନେଇ ଯୁବତୀ ଜଣକ ଘରେ ଜଣାଇବା ସହ ବ୍ରହ୍ମବରଦା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ କେସ୍ ନଂ ୧୦ା୨୫ରେ ଏକ ମାମଲା ରୁଜୁ କରି ଗତ କାଲି ବିଳମ୍ବିତ ରାତିରେ ପୋଲିସ ଘରୁ ଅଭିନାଶକୁ ଉଠାଇ ଆଣିଥିଲା । ଆଜି ତାକୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଅଧିକାରିଣୀ ଅଂଶୁମାଳା ଦାସ ସୂଚନା ଦେଇଛନ୍ତି